ରାୟଗଡା: ଗୁଜୁରାଟର ଅହମଦାବାଦ ସାବରମତି ଆଶ୍ରମ ନିକଟରେ ସାରସ ମେଳା ନାମରେ ସର୍ବଭାତରୀୟ ସ୍ତରୀୟ ହସ୍ତଶିଳ୍ପ ମେଳା ଚଳିତ ନଭେମ୍ବର ମାସ ୨୪ତାରିଖରୁ ଆରମ୍ଭ ହୋଇଛି। ଏହି ମେଳା ଆସନ୍ତା ଡିସେମ୍ବର ୪ତାରିଖ ଯାଏଁ ଚାଲିବ।ଏଥିରେ ଭାରତର ପ୍ରତ୍ୟେକ ରାଜ୍ୟରୁ ସୁନାମଧନ୍ୟ ହସ୍ତଶିଳ୍ପିଙ୍କୁ ଆମନ୍ତ୍ରିତ କରାଯାଇଛି। ଓଡିଶାର ରାୟଗଡା ଜିଲ୍ଳାର ପ୍ରସିଦ୍ଧ ହସ୍ତଶିଳ୍ପି ହିମାଂଶୁ ଶେଖର ପାଣ୍ଡିଆ ତାଙ୍କ ହସ୍ତଶିଳ୍ପ ‘ଲାଉ ତୁମ୍ବା କ୍ରାଫ୍ଟ’ର ପ୍ରଦର୍ଶନ ପାଇଁ ମେଳାରେ ସ୍ଥାନ ପାଇଛନ୍ତି। ରାୟଗଡାର ତୁମ୍ବା କ୍ରାଫ୍ଟ ଗୁଜରାଟରେ ସମସ୍ତଙ୍କ ମନ କିଣିପାରିଛି ଓ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇପାରିଛି। ଉଦଘାଟନ ଉତ୍ସବରେ ଗୁଜରାଟର ଗ୍ରାମ୍ୟ ଉନ୍ନୟନ କ୍ୟାବିନେଟ୍ ମନ୍ତ୍ରୀ ରାଘବଜୀ ପଟେଲଙ୍କୁ ରାୟଗଡା ତୁମ୍ବା କ୍ରାଫ୍ଟ ଆର୍କଷିତ ଓ ଆଚମ୍ବିତ କରିପାରିଛି। ସେ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ତୁମ୍ବା କ୍ରାଫ୍ଟଟି ସମସ୍ତଙ୍କର ହୃଦୟକୁ ଜିତିପାରିଛି ବୋଲି ହସ୍ତଶିଳ୍ପି ଶ୍ରୀ ପାଣ୍ଡିଆ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2023/11/Rgda-Lau-tumba-craft-1.jpg)
ପ୍ରକାଶ ଥାଉ କି ଆଦିବାସୀ ବହୁଳ ରାୟଗଡା ଜିଲ୍ଳାରେ ପୂର୍ବରୁ ଆଦିବାସୀମାନେ ଲାଉର ବିଭିନ୍ନ ଆକୃତିରେ ପାରିମ୍ପରିକ ତୁମ୍ବାର ବିଭିନ୍ନ ହସ୍ତଶିଳ୍ପ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିବା ବେଳେ ସେଗୁଡିକର ସଠିକ୍ ବଜାରୀକରଣ ବ୍ୟବସ୍ଥା ହୋଇ ପାରି ନ ଥିଲା। ଫଳରେ ରାୟଗଡା ଜିଲ୍ଳାରେ ଏହାର ଚାହିଦା ମଧ୍ୟ ହ୍ରାସ ପାଇଥିଲା। ତେବେ ହସ୍ତଶିଳ୍ପି ଶ୍ରୀ ପାଣ୍ଡିଆ ବିଲୁପ୍ତ ପ୍ରାୟ ଲାଉ ତୁମ୍ବାରେ ଦୀର୍ଘ ୧୨ବର୍ଷ ତଳେ ଏହାକୁ ଏକ ନୂଆ ପ୍ରୟାସ ଏବଂ ନୂଆ ଆର୍କଷିତ ସୁନ୍ଦର ଭଳିକି ଭଳି ତୁମ୍ବା କ୍ରାଫ୍ଟଗୁଡିକର ପ୍ରସ୍ତୁତ କରିଥିଲେ।ପରେ ପରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ନିଜ ହସ୍ତଶିଳ୍ପ ତୁମ୍ବା କ୍ରାଫ୍ଟର ବଜାରୀକରଣ ତଥା ଜିଲ୍ଳାରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତରରେ ସେ ଏହାକୁ ପରିଚିତ କରିପାରିଛନ୍ତି। ଓଡିଶା ସରକାରଙ୍କ ଓରମାସ ରାୟଗଡା ତରଫରୁ ଅହମ୍ମଦାବାଦ ଠାରେ ଅନୁଷ୍ଠିତ ମେଳାରେ ଅଂଶଗ୍ରହଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିବା ନେଇ ହସ୍ତଶିଳ୍ପି ଶ୍ରୀ ପାଣ୍ଡିଆ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Rgda-Lau-tumba-craft-2.jpg)