ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟା ମନ୍ଦିରର ଶ୍ରେଷ୍ଠ ପ୍ରଦର୍ଶନ : ୫୬ଜଣ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ

ବ୍ରହ୍ମପୁର : ପ୍ରତିବର୍ଷ ଭଳି ଏଥର ମଧ୍ୟ ମାଟ୍ରିକ ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟାମନ୍ଦିର ରାଜ୍ୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ ୨୮ବର୍ଷ ଧରି ଶତପ୍ରତିଶତ ସଫଳତା ହାରକୁ ଏଥର ପୁଣି ଦୋହରାଇଛି। ଏଥିସହ ରାଜ୍ୟର ଏକମାତ୍ର ଅନୁଷ୍ଠାନ ଭାବେ ସର୍ବାଧିକ ୫୬ଜଣ ପରୀକ୍ଷାର୍ଥୀ ଏ-୧ ଗ୍ରେଡ଼୍‌ (୯୦ %ବା ତଦୁର୍ଦ୍ଧ୍ବ ମାର୍କ) ଏବଂ ୩୦୭ଜଣ ପ୍ରଥମ ଶ୍ରେଣୀରେ (୬୦%ବା ତଦୁର୍ଦ୍ଧ୍ବ ମାର୍କ)ରେ ଉତ୍ତୀର୍ଣ୍ଣ ହେବାର ଗୌରବ ଅର୍ଜନ କରିଛନ୍ତି। ଚଳିତବର୍ଷ ଏହି ଶିକ୍ଷାନୁଷ୍ଠାନର ମୋଟ ୩୪୫ ଜଣ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ୯୬ଜଣ ୭୦-୭୯ ପ୍ରତିଶତ ମାର୍କ, ୪୩ଜଣ ୬୦ରୁ ୬୯ ପ୍ରତିଶତ ମାର୍କ ରଖିଛନ୍ତି।

ରୁଦ୍ର ପ୍ରସାଦ ରଥ ସର୍ବାଧିକ ୫୭୭(୯୬.୧୬%)ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସତ୍ୟଜିତ୍‌ ଦଳାଇ ୫୭୫ (୯୫.୮୩% ) ମାର୍କ ରଖି ଦ୍ବିତୀୟ, ଆଶୁତୋଷ ପାଢ଼ୀ ୫୭୧ (୯୫.୧୬)ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ସାରା ରାଜ୍ୟରେ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ପରିଚାଳନା ସମିତିର ସଭାପତି ଡ.ଶ୍ରୀକାନ୍ତ ମହାପାତ୍ର, ଉପସଭାପତ ଡି.ହରିକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ତା, ଯୁଗ୍ମ ସମ୍ପାଦିକା ଇ˚. ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ , ସଦସ୍ୟା ବାସନ୍ତି ବେହେରା, ଉପଦେଷ୍ଟା ଧର୍ମରାଜ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ତା, ନରସି˚ହ ଚୌଧୁରୀ, ହରିକୃଷ୍ଣ ପାଢ଼ୀ, ସୁଦର୍ଶନ ପାଢୀ଼ , ବି.ଗଜପତି ରାଓ , ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଏସ୍‌. ମୋହନ ରାଓ, ଶିଶୁମନ୍ଦିର ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଅଭିଭାବକମାନଙ୍କ ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର