ନୂଆପଡା/ପାରାଦ୍ବୀପ: ନୂଆପଡାରେ କାମ ଦେଲାନି ହାତ | ଏଠାରୁ ନିର୍ବାଚନ ଲଢ଼ୁଥିବା ପିସିସି ସଭାପତି ଶରତ ପଟ୍ଟନାୟକ ପରାସ୍ତ ହୋଇଛନ୍ତି | ବଡ କଥା ହେଉଛି ଯେ ସେ ସ୍ୱାଧୀନ ପ୍ରାର୍ଥୀଙ୍କଠାରୁ ବି କମ ଭୋଟ ପାଇଛନ୍ତି | ମିଳିଥିବା ସୂଚନା ମୁତାବକ ଏଠାରୁ ବିଜେଡିର ରାଜେନ୍ଦ୍ର ଢୋଲକିଆ ୬୧୮୨୨ ଭୋଟ ପାଇଁ ବିଜୟୀ ହୋଇଛନ୍ତି | ସେହିପରି ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମଝି ୫୦୯୪୧ ଭୋଟ ପାଇଛନ୍ତି | ଏଠାରୁ ଶରତ ପଟ୍ଟନାୟକ ୧୫୫୦୧ ଖଣ୍ଡ ଭୋଟ ପାଇଛନ୍ତି | ଅନ୍ୟପଟେ ପାରାଦ୍ବୀପ କଥା କହିବାକୁ ଗଲେ ଏଠାରୁ ବିଜେପି ପ୍ରାର୍ଥୀ ସମ୍ପଦ ଚରଣ ସ୍ୱାଇଁ ବିଜୟୀ ହୋଇଛନ୍ତି | ସେ ୮୪୦୯୭ ଖଣ୍ଡ ଭୋଟ ପାଇଛନ୍ତି | ସେହିପରି ବରିଷ୍ଠ ନେତା ଦାମ ରାଉତଙ୍କ ବୋହୂ ଗୀତାଞ୍ଜଳି ରାଉତରାୟ ୬୮୪୭୮ ଭୋଟ ପାଇ ପରାସ୍ତ ହୋଇଛନ୍ତି | ସେ ୧୫୬୧୯ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି |
ପିସିସି ସଭାପତିଙ୍କ ସହ ପାରାଦ୍ବୀପରେ ହାରିଲେ ଦାମଙ୍କ ବୋହୂ
/sambad/media/post_attachments/wp-content/uploads/2024/06/e65614aa-3d4c-4d49-95f4-e76466f0022a.jpg)