ପୁଣି ପ୍ରବଚନ ଦେବେ ସାରଥି! ଜାମିନର ସର୍ତ୍ତ କୋହଳ ପାଇଁ ହାଇକୋର୍ଟରେ କଲେ ଆବେଦନ

କଟକ: ପୁଣି ଥରେ ପ୍ରବଚନ ଦେବାକୁ ସାରଥି ଓରଫ ସନ୍ତୋଷ ରାଉଳ ମନ ବଳାଇଛନ୍ତି। ହାଇକୋର୍ଟରୁ ଅନୁମତି ମିଳିଲେ ପ୍ରବଚନ ଦେବେ ବୋଲି ଆଶା ରଖିଛନ୍ତି। କେନ୍ଦ୍ରାପଡ଼ା ବାବା ସାରଥି ଶୁକ୍ରବାର ଜାମିନର ସର୍ତ୍ତ କୋହଳ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜାମିନର ସର୍ତ୍ତ କୋହଳ ନେଇ ସାରଥିଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ସେ ପୁଣି ଥରେ ପ୍ରବଚନ ପାଇଁ ଅନୁମତି ମାଗିଛନ୍ତି। ମାତ୍ର ହାଇକୋର୍ଟ ଯେତେବେଳେ ସାରଥିଙ୍କୁ ଜାମିନ ପ୍ରଦାନ କରିଥିଲେ, ପ୍ରବଚନ ନ ଦେବାକୁ ସର୍ତ୍ତ ରଖିଥିଲେ। ଜେଲରୁ ମୁକୁଳିବାର ଦିନକ ପରେ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ ରାଜ୍ୟ ବାହାରକୁ ଯାଇଥିଲେ।

ସୂଚନାଯୋଗ୍ୟ କେନ୍ଦ୍ରାପଡ଼ାର ବାବା ନାମରେ ସାରା ରାଜ୍ୟରେ ପରଚିତ ସନ୍ତୋଷ ରାଉଳ ତଥା ‘ସାରଥି’ ବାବା ଜୁଲାଇ ୨୫ ସନ୍ଧ୍ୟାରେ କଟକ ଜିଲ୍ଲାର ଚୌଦାର ଜେଲରୁ ଜାମିନ ମିଳିବା ପରେ ବାହାରିଥିଲେ। ଦୀର୍ଘ ୪ ବର୍ଷ ଯାଏଁ ଜେଲରେ ବନ୍ଦ ରହିବା ପରେ ବାବା ସାରଥି ଜେଲରୁ ମୁକୁଳିଥିଲେ। ତିନିଟି ଅଭିଯୋଗରେ ମାମଲା ରୁଜୁ ହେବା ପରେ ସାରଥୀ ବାବାଙ୍କୁ ପୁଲିସ ୨୦୧୫ ଅଗଷ୍ଟ ୯ରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର