ଜାମିନ ଲାଗି ହାଇକୋର୍ଟଙ୍କ ସର୍ତ୍ତ : ବାରିମୂଳ ଯାଇ ପାରିବେନି କି ଧର୍ମସଭା କରି ପାରିବେନି ସାରଥି

କଟକ: ଚାରି ବର୍ଷ ପରେ ଜେଲର ଚାରି କାନ୍ଥରୁ ବାହାରିବେ ବାବା ସାରଥି ଓରଫ ସନ୍ତୋଷ ରାଉଳ । ସାରଥୀ ସାମ୍ରାଜ୍ୟର ପ୍ରତିଷ୍ଠାତା ଜେଲରେ ୪ ବର୍ଷ ବିତାଇବା ପରେ ଆଜି ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ୨ଟି ମାମଲାରେ ଜାମିନ ପାଇଥିଲେ ହେଁ ଆଜି ଆଉ ଏକ ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ବାରିମୂଳ ଆଶ୍ରମର ଅନ୍ତେବାସୀ ମାଆଝିଅଙ୍କ ପକ୍ଷରୁ ହୋଇଥିବା ୩ୟ ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି କୋର୍ଟ । ଜାମିନ ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ହାଇକୋର୍ଟ । ତେବେ ଜାମିନ ପରେ ଜେଲରୁ ମୁକୁଳିବେ ସାରଥି ।

ନଜର ପକାନ୍ତୁ କେଉଁ କେଉଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ୩ୟ ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାର ବଦଳରେ ଜାମିନ ମିଳିଥିବା ବେଳେ ଏହି ୫ଟି ସର୍ତ୍ତ ରଖିଛନ୍ତି କୋର୍ଟ ।

୧-ଜେଲରୁ ମୁକୁଳିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେନି ସାରଥି । କୋଣସି ବି ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

୨- କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ଆଶ୍ରମକୁ ଯାଇ ପାରିବେନି ସାରଥି। ଜାମିନ ପାଇଲା ପରେ ବି ବାରିମୂଳକୁ ଯିବାକୁ କଟକଣା ଜାରି କରିଛନ୍ତି କୋର୍ଟ।

୩- ଏହା ଛଡା ରାଜ୍ୟ ବାହାରକୁ ମଧ୍ୟ ଯାଇପାରିବେନି ସାରଥି।

୪-ଜେଲରୁ ବାହାରିବା ପରେ କୌଣସି ସ୍ଥାନରେ ଧର୍ମୀୟସଭା କରି ପାରିବେନି ସାରଥି । ସାଧାରଣ ସ୍ଥାନରେ ଧର୍ମ ସଭା କରିବାକୁ ମନା କରିଛନ୍ତି କୋର୍ଟ ।

୫-ଉପରୋକ୍ତ ୪ ବଡ ବଡ ନିର୍ଦ୍ଦେଶ ସହ ତଦନ୍ତକାରୀ ଅଧିକାରୀଙ୍କୁ ପୂର୍ଣ୍ଣମାତ୍ରାରେ ତଦନ୍ତରେ ସହଯୋଗ କରିବାକୁ ସାରଥିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର