ସର୍ଦ୍ଦାର ରାଜା ମେଡିକାଲ କଲେଜ ମୁଖ୍ୟ ଏ. ଜନସେଲ ରାଜାଙ୍କୁ ଅନ୍ତରୀଣ ଜାମିନ

ଧର୍ମଗଡ଼ : କଳାହାଣ୍ଡି ସର୍ଦ୍ଦାର ମେଡିକାଲ କଲେଜର ମୁଖ୍ୟ ଏ. ଜନସେଲ ରାଜାଙ୍କୁ ମିଳିଛି ଅନ୍ତରୀଣ ଜାମିନ। ୫ ଲକ୍ଷ ଟଙ୍କାର ଦୁଇଗୋଟି ମୁଚାଲିକା ଅନୁଯାୟୀ ଶୁକ୍ରବାର ସୁପ୍ରିମ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି।

ଗତ ଅଗଷ୍ଟ ୩ ତାରିଖ ଦିନ ରାଜାଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତକ ଅପରାଧ ଶାଖା ତାମିଲନାଡୁରୁ ଗିରଫ କରିଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଜେଏମଏଫସି କୋର୍ଟରେ ହାଜର କରିବା ପରେ ତାଙ୍କ ଜାମିନ ନାମଂଜୁର ହୋଇଥିଲା। ସେହି ଦିନ ହିଁ ରାଜାଙ୍କୁ ଧର୍ମଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଥିଲା। ପରେ ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରାମକୃଷ୍ଣ ଚୌଧୁରୀଙ୍କ ଠାରେ ଜାମିନ ଆବେଦନ କରାଯାଇଥିଲା। ହେଲେ ସେଠାରେ ମଧ୍ୟ ଜାମିନ ମିଳି ନଥିଲା। ଏହାପରେ ସେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର