ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ମୁଖ୍ୟ ଏ.ଜେ.ରାଜାଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ଭୁବନେଶ୍ୱର: କଳାହାଣ୍ଡିର ଜାରିଙ୍ଗସ୍ଥିତ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ମୁଖ୍ୟ ତଥା ଏହି କଲେଜ ପରିଚାଳନା କରୁଥିବା ସେଲଭମ୍ ଏଜୁକେସନାଲ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟର ମାନେଜିଂ ଟ୍ରଷ୍ଟି ଏ.ଜେ.ରାଜାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତାଙ୍କୁ ୫ ଲକ୍ଷ ଟଙ୍କାର ବେଲବଣ୍ଡ ଓ ଦୁଇଟି ବକ୍ତିଗତ ମୁଚାଲିକାରେ ଏହି ଜାମିନ ଦିଆଯାଇଛି ।

ଗତ ମାସ ୨୬ ତାର୍ଖରେ ତାଙ୍କୁ ତାମିଲନାଡୁଠାରେ ଠକେଇ ଅଭିଯୋଗରେ ଗିରଫ କରାଯାଇଥିଲା । ରାଜାଙ୍କୁ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ନଗରକଏଲ୍ରୁ ଗିରଫ କରାଯାଇଥିଲା । ଏହାପରେ ଅସୁସ୍ଥତା ହେତୁ ରାଜା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ ଓଡ଼ିଶାର  ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡ୍ରେ ଓଡ଼ିଶା ଆଣିଥିଲା । ତାଙ୍କୁ ଜୁନାଗଡ଼ ଜେଏମ୍ଏଫସିଙ୍କ ନିକଟରେ ହାଜର କରାଯିବ।

ଉଲ୍ଲେଖଯୋଗ୍ୟ କି ଜେ.ଏ.ରାଜାଙ୍କ ନାମରେ କୋଟି କୋଟି ଟଙ୍କାର ଠକେଇ ଓ ଜାଲିଆତି ଅଭିଯୋଗ ରହିଛି। ସେ କଳାହାଣ୍ଡିରେ ମେଡିକାଲ କଲେଜ କରିବା ଲାଗି ରାଜ୍ୟ ସରକାରୀଙ୍କଠାରୁ ଜମି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦଠାରୁ ୧୦ କୋଟି ଟଙ୍କା ଅନୁଦାନ ନେଇଥିଲେ। ଏହାପରେ ସେ ଆବଶ୍ୟକୀୟ ଭିତ୍ତିଭୂମି ନ କରି ଜାଲ କାଗଜପତ୍ର ଦାଖଲ କରି ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆଠାରୁ ଏମ୍ବିବିଏସ୍ ପାଠ୍ୟକ୍ରମ ଲାଗି ଅନୁମତି ଆଣିଥିଲେ। ଏଥିସହ ସେ ବେଆଇନ୍ ଭାବେ ଛାତ୍ରଛାତ୍ରୀଙ୍କଠାରୁ କୋଟି କେଟି ଟଙ୍କା କ୍ୟାପିଟେସନ୍ ଫି ଆଦାୟ କରି ପାଠ୍ୟକ୍ରମ ଆଧାରୁ ଅଧାରୁ କଲେଜ ବନ୍ଦ କରି ଫେରାର୍ ହୋଇଯାଇଥିଲେ ବୋଲି ଜଣାପଡ଼ିଛି।

 

 

ସମ୍ବନ୍ଧିତ ଖବର