ପୁରୀ : ପୁଷ୍ୟାଭିଷେକ ଅବସରରେ ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀନଅରରେ ମୁଦିରସ୍ତ ସେବକ ନାରାୟଣ ମୁଦିରସ୍ତଙ୍କ ଶାଢ଼ିବନ୍ଧା ନୀତି ସମ୍ପନ୍ନ ହୋଇଛି। ପ୍ରତିବର୍ଷ ଭଳି ଗଜପତିଙ୍କ ପ୍ରଦତ୍ତ ଶାଢ଼ି ଶ୍ରୀନଅରରୁ ଆସିବା ପରେ ଶ୍ରୀନଅର ସିଂହଦ୍ବାରରେ ବେହେରାକରଣ ମୁଦିରସ୍ତଙ୍କ ମସ୍ତକରେ ଶାଢ଼ି ବାନ୍ଧିଛନ୍ତି। ପରମ୍ପରା ଅନୁଯାୟୀ, ଆଜି ସକାଳେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ମଙ୍ଗଳାପର୍ଣ କରାଯାଇଥିଲା। ପରେ ଗଜପତି ମହାରାଜା ଗାଦିରେ ବସିବା ସହ ମୁଦିରସ୍ତଙ୍କ ଶାଢ଼ି ବନ୍ଧା ପାଇଁ ରାଜଗୁରୁଙ୍କୁ ଶାଢ଼ି ପ୍ରଦାନ କରିଥିଲେ। ପାଟଶାଣୀ ଶ୍ରୀନଅର ସିଂହଦ୍ବାରରେ ମୁଦିରସ୍ତଙ୍କ ମସ୍ତକରେ ଶାଢ଼ି ବାନ୍ଧିଥିଲେ। ପରେ ମୁଦିରସ୍ତ ଗଜପତିଙ୍କ ଆଶୀର୍ବାଦ ନେଇ ଆଜିଠାରୁ ମହାପ୍ରଭୁଙ୍କ ସେବାରେ ଯୋଗ ଦେଇଥିଲେ। ଶ୍ରୀନଅର ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ବେହେରାକରଣ ସତ୍ୟସୁନ୍ଦର ଚ୍ୟାଉପଟ୍ଟନାୟକ, ରାଜ ଜ୍ୟୋତିଷ ଶିବ ଜ୍ୟୋତିଷରାୟ ପ୍ରମୁଖ ପୂଜା ଓ ଶାଢ଼ି ବନ୍ଧା କାର୍ଯ୍ୟ ସମ୍ପନ୍ନ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp