ବ୍ୟାସନଗର : ସର୍ବଭାରତୀୟ ଆଦିବାସୀ ସେଙ୍ଗଲ ଅଭିଯାନ ଆହ୍ଵାନରେ ଆଜି ଯାଜପୁର ଜିଲ୍ଲା କମିଟି ପକ୍ଷରୁ ସାର୍ନା ଧର୍ମକୋଡ ମାନ୍ୟତା ଦାବିରେ ଯାଜପୁରରୋଡ ରେଳଷ୍ଟେସନରେ ରେଳରୋକ କରାଯାଇଥିଲା। ନହକା ବାଇପାସ୍ ନିକଟରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲା କମିଟିର କର୍ମକର୍ତ୍ତାମାନେ ଗୋପବନ୍ଧୁ ଛକ ନିକଟ ରେଳ ଫାଟକ ମଝିରେ ପହଞ୍ଚିଥିଲେ। ୨୦୨୧ ଜଣଗଣନା ପୂର୍ବରୁ ସାର୍ନା ଧର୍ମକୁ କୋଡ ଦାବିରେ ନାରାବାଜି କରିଥିଲେ। ଗୋପବନ୍ଧୁ ଛକରୁ ଶୋଭାଯାତ୍ରା ବାହାରି ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଷ୍ଟେସନ ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଆଲୋଚନା ପରେ ଅଳ୍ପ ଲୋକଙ୍କୁ ଯିବାପାଇଁ ଅନୁମତି ଦିଆଯାଇଥିଲା। କର୍ମୀମାନେ ଏକ ମାଲବାହୀ ଗାଡ଼ିକୁ ଘଣ୍ଟାଏ ଧରି ଅଟକାଇଥିଲେ।
ସରକାର ସାର୍ନା ଧର୍ମକୁ ତୁରନ୍ତ କୋଡ ମାନ୍ୟତା ପ୍ରଦାନ ନକଲେ ଆଗାମୀ ଦିନରେ ସର୍ବଭାରତୀୟ ସ୍ତରରେ ୧୫ କୋଟି ଆଦିବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡ଼ିଶା ଆଦିବାସୀ ସେଙ୍ଗଲ୍ ଅଭିଯାନ କମିଟି ସଭାପତି କଲ୍ୟାଣ ବାସକେ, ଜିଲ୍ଲା କମିଟି ଆବାହକ ସୁନାରାମ ମାରାଣ୍ଡି, ବିଦ୍ୟାଧର ସୋରେନ, ଦୁଃଖୀଧର ମୁର୍ମୁ, ନୃସିଂହ ଚରଣ ଟୁଡୁ, ମୋହନ ମାରାଣ୍ଡି, ଶ୍ରୀଧର ଟୁଡୁ, ଜୱାହର ମୁର୍ମୁ, ମେଘରାଇ ସୋରେନ, ଚୈତନ୍ୟ ମୁର୍ମୁ, ସୀତାରାଣୀ ମୁର୍ମୁ, ପାନ ହାଂସଦା, ଯସମିନି ମୁର୍ମୁ, ପାନ ସୋରେନ ପ୍ରମୁଖ ଚେତାବନୀ ଦେଇଛନ୍ତି। ଆରପିଏଫ ଇନ୍ସପେକ୍ଟର ରମାକାନ୍ତ ବାରିକ, ଜିଆରପି ଇନ୍ସପେକ୍ଟର ପପୁ କୁମାର ନାୟକ, ଭଦ୍ରକ ଜିଆରପି ଇନଚାର୍ଜ ଏସ. କେ. ବାହିନିପତି, ଏସଆଇ ଗଣେଶ ପ୍ରସାଦ ନାୟକ, ସହଦେବ ବେହେରା, ଏଏସ୍ଆଇ ଅସିତ ନାୟକ, ପ୍ରଭାକର ନାୟକ, ଯାଜପୁରରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି, ଏସଆଇ ମନୋଜ ବାରା ସଦଳବଳ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/7d98g7d98g7d98g7d98g7d97d98.jpg)