ବାରିପଦା: ମୟୂରଭଞ୍ଜ ମାଟିର ଝିଅ ପୂର୍ବତନ ରାଜ୍ୟସଭା ସଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜନୀ ହେମ୍ବ୍ରମଙ୍କ ଉପରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆସ୍ଥା ପ୍ରକଟ କରି ତାଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ଝିଅ ସରୋଜିନୀ ଜଣେ ଭଲ ସଂଗଠକ ଭାବେ ପରିଚିତ। ‌ବିଶେଷ କରି ବାରିପଦା ଓ ବାଙ୍ଗିରପୋଷି ନିର୍ବାଚନମଣ୍ଡଳୀରେ ତାଙ୍କର ଲୋକପ୍ରିୟତା ଅଧିକ। ଲୋକଙ୍କ ସୁଖ ଓ ଦୁଃଖରେ ସେ ସବୁ ସମୟରେ ଠିଆ ହୋଇଥା’ନ୍ତି। ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ମହିଳା ସଂଗଠନକୁ ଆହୁରି ମଜବୁତ କରିବା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ସରୋଜନୀ ପ୍ରତିକ୍ରୟାରେ କହିଛନ୍ତି। ନୂଆ ଦାୟିତ୍ବ ଦେଇଥିବାରୁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।