କାମାକ୍ଷାନଗର: ସିକ୍କିମ୍ ବନ୍ୟାରେ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର ଶନିବାର ଓଡ଼ିଶାରେ ପହଞ୍ଚିବ। ଶୁକ୍ରବାର ସିକ୍କିମ୍ରେ ସମସ୍ତ ମୃତଦେହର ବ୍ୟବଚ୍ଛେଦ ହୋଇଛି। ଶନିବାର ସକାଳେ ପାର୍ଥିବ ଶରୀରକୁ ବାଟାଲିୟନ୍ ୟୁନିଟ୍ କାର୍ଯ୍ୟାଳୟକୁ ଅଣାଯାଇ ସେଠାରୁ ବିମାନ ଯୋଗେ ସମସ୍ତଙ୍କ ଘରକୁ ପଠାଯିବ। ଶନିବାର ଅପରାହ୍ଣ ୧.୪୫ରେ ସହିଦ ସରୋଜଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରଠାରେ ପହଞ୍ଚିବ। ସେଠାରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସ୍ବତନ୍ତ୍ର କରିଡର୍ରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସରୋଜଙ୍କ ଗାଁ କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତର କେନ୍ଦୁଢ଼ିପରେ ପହଞ୍ଚିବ। ଗାଁରେ ଶେଷଦର୍ଶନ ସହ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସରୋଜଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp