ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ସୁନାରିସିକୁଁଆ ଗ୍ରାମରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି। ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ପୋଲ ତଳୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୁନାରିସିକୁଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଚୂଳମଣି ବୈଠାରୁ ଶୁକ୍ରବାର ରାତି ପ୍ରାୟ ୯ଟାରେ ଘରୁ ବାହାରି ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶନିବାର ସୁନାରିସିକୁଆ-ଗଣ୍ଡାବାହାଲି ରାସ୍ତାରେ ଥିବା ଏକ ପୋଲ ତଳୁ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ଖଡ଼ିଆଳ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ୬୩/୨୨ ରେ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ରାଜନୈତିକ ହିଂସାକାଣ୍ଡ ଓ ଚୂଳ ବୈଠାରୁଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କୁ ପରିବାର ଲୋକେ ସନ୍ଦେହ କରୁଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କହିଛନ୍ତି।
ହାତଗୋଡ଼ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର
/sambad/media/post_attachments/wp-content/uploads/2022/02/fh4fs65h4sf654h65hsffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)