ସରପଞ୍ଚ ପ୍ରାର୍ଥିନୀଙ୍କ ସ୍ବାମୀଙ୍କୁ ଅପହରଣ: ୪୮ ଘଣ୍ଟା ପରେ ବି ପତ୍ତା ମିଳୁନି

ବାଲିଅନ୍ତା:ସ୍ଥାନୀୟ ବେଣ୍ଟପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଶ୍ରଦ୍ଧାଞ୍ଜଳି ତ୍ରିପାଠୀଙ୍କ ସାମ୍ବାଦିକ ସ୍ବାମୀ ପୀତବାସ ଦାସଙ୍କ ଅପହରଣ ଘଟଣା ରହସ୍ୟମୟ ହେବାରେ ଲାଗିଛି। ୪୮ ଘଣ୍ଟା ହେଲା ପୀତବାସଙ୍କ ପତ୍ତା ନାହିଁ। ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କାରେ ପରିବାର ଚିନ୍ତତ ଅଛନ୍ତି। ପୀତବାସଙ୍କୁ କିଏ କାହିଁକି ଅପହରଣ କଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଭନ୍ନ ଦିଗରୁ ଏବେ ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। କିନ୍ତୁ ଗୁରୁବାର ଭୋଟ ଥିବାରୁ ତଦନ୍ତରେ ବାଧା ସୃଷ୍ଟି ହୋଇଛି। କେବଳ ସିସି କ୍ୟାମେରା ଯାଞ୍ଚ କରିଥିଲେ ବି ପୁଲିସ ଦୁର୍ବୃତ୍ତଙ୍କ ନକଟରେ ପହଞ୍ଚିବାରେ ବିଫଳ ହୋଇଛି। ପୀତବାସ ବ୍ୟବହାର କରୁଥିବା ମୋବାଇଲ ଫୋନର ସିଡ଼ିଆର ରିପୋର୍ଟକୁ ଭିତ୍ତିକରି ପୁଲିସ ବୁଧବାର କେତେକ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରିଛି।

ଗତ ୨୦ ତାରିଖ ସଂଧ୍ୟାରେ ପୀତବାସ ପତ୍ନୀ ଶ୍ରଦ୍ଧାଞ୍ଜଳିଙ୍କୁ ବଜାରରୁ ଆସୁଛି କହି ବାଇକ ନେଇ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ।  ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପରଦିନ ସକାଳେ ମଣିଦାସବର ଛକ ନିକଟରୁ ତାଙ୍କର ବାଇକ ଚାବି ଲାଗିଥିବା ଅବସ୍ଥାରେ ମିଳିଥିଲା।

ସମ୍ବନ୍ଧିତ ଖବର