ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ଦୁର୍ଗମ ବଡଡୁରାଲ ପଞ୍ଚାୟତ। ଏହି ପଞ୍ଚାୟତକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନାହିଁ। ଏହି ପଞ୍ଚାୟତର ସରପଞ୍ଚ ହେଲେ ଜଣେ ଆଦିବାସୀ ମହିଳା ପଦ୍ମା ଶିଶା। ସରପଞ୍ଚ ଏହି ପଞ୍ଚାୟତର ଉନ୍ନତି ପାଇଁ ଅହରହ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି। ଆଜିର ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସରପଞ୍ଚ ପଦ୍ମା ଲୋକଙ୍କୁ ସଚେତନ କରାଉଛନ୍ତି। ଏପରିକି ନିଜସ୍ବ ଖର୍ଚ୍ଚରେ ସେ ଗାଁ ଗାଁ ବୁଲି ରାସନ ସାମଗ୍ରୀ ପ୍ରଦାନ କରୁଛନ୍ତି। ଏଥିପାଇଁ ତାଂକୁ କିଛି ଲୋକ ସହଯୋଗ କରୁଛନ୍ତି। କେବଳ ଏତିକି ନୁହେଁ ମୁହଁରେ ମାସ୍କ ପିନ୍ଧିବା ଅତି ଜରୁରୀ ବୋଲି ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି।
ସେହିପରି ହାତ ଧୋଇବାକୁ ଭୁଲିବ ନାହିଁ ବୋଲି କହୁଛନ୍ତି। ହାତରେ ସାନିଟାଇଜର ଲଗାଇବା ସହ ବାହାରକୁ ବାହାରିବା ପାଇଁ ମନା କରୁଛନ୍ତି।ଦରକାର ପଡିଲେ ହିଁ ବାହାରକୁ ବାହାରିବା ପାଇଁ ସେ କହୁଛନ୍ତି। ତେବେ ତାଂକର ଏଭଳି ମହାନ କାମ ପାଇଁ ତାଂକୁ ପ୍ରଶଂସା କରୁଛନ୍ତି। ଜଣେ ଆଦିବାସୀ ମହିଳା ହେଲେ ମଧ୍ୟ ସେ ସରକାରଙ୍କର ସମସ୍ତ ଯୋଜନା ସଂପର୍କରେ ଅବଗତ ହେବା ସହ ଲୋକଙ୍କ ପାଖରେ ଯେପରି ସେସବୁ ପହଞ୍ଚିବ ସେନେଇ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। କରୋନା ମହାମାରୀରେ ଲୋକେ ବହୁ ହଇରାଣ ହେଉଥିବା ଲୋକଙ୍କୁ ମାଗଣାରେ ସେ ରାସନ ସାମଗ୍ରୀ ପହଞ୍ଚାଉଛନ୍ତି। ସାଧାରଣରେ ତାଂକୁ ସାବାସ୍ ବୋଲି କହୁଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Sarpanch-Distributing-Rasan_Thumbnail.jpg)