ଫାଟୁସିନେରୀରେ ହେବ ସରପଞ୍ଚ ନିର୍ବାଚନ

ପଟାଙ୍ଗି : ‌ବିବାଦୀୟ କୋଟିଆ ପଞ୍ଚାୟତର ଫାଟୁସିନେରୀରେ କେବଳ ସରପଞ୍ଚ ପଦବି ପାଇଁ ଆନ୍ଧ୍ର ସରକାର ମତଦାନ କରିବେ। ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆନ୍ଧ୍ର ପ୍ରଶାସନ ପକ୍ଷରୁ ଘୋଷଣା କରିବାପରେ ଏହା ସ୍ପଷ୍ଟ ହୋଇଛି। ଆସନ୍ତା ୧୩ତାରିଖରେ ମତଦାନ ହେବାକୁ ଥିବାବେଳେ ଏହାରି ମଧ୍ୟରେ ଆନ୍ଧ୍ର ସରକାର ପ୍ରସ୍ତୁତି ଆରମ୍ଭ କରି ସାରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳଗଞ୍ଜେଇପଦର, ଫଗୁଣସିନେରୀ ଏବଂ ଫାଟୁସିନେରୀ ଗାଁର ନାମକୁ ଆନ୍ଧ୍ର ସରକାର ପରିବର୍ତ୍ତନ କରିବା ସହ ପଞ୍ଚାୟତର ମାନ୍ୟତା ଦେଇଛନ୍ତି। କିଛିଦିନ ତଳେ ଏହି ଗାଁ ଗୁଡ଼ିକରେ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଆଜିଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିବସ। ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରୁ ଜଣାପଡ଼ିଛି ଯେ, ଫାଟୁସିନେରି ପଞ୍ଚାୟତର ସରପଞ୍ଚ ପଦବି ପାଇଁ ନିର୍ବାଚନ ହେବ। ମାଳତୀ ହିମିରିକା ଏବଂ ସୀମାଞ୍ଚଳ ଦୋରାଙ୍କ ପ୍ରାର୍ଥିପତ୍ର କାଏମ ରହିଥିବାରୁ ଆସନ୍ତା ୧୩ତାରିଖ ଦିନ ଆନ୍ଧ୍ର ସରକାର ଏଠାରେ ମତଦାନ କରାଇବେ। ଏହି ପଞ୍ଚାୟତର ୯ଟି ୱାର୍ଡ ମେମ୍ବର ପଦବି ପାଇଁ ମଧ୍ୟ ସେହିଦିନ ହିଁ ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର