ତିନି ଲକ୍ଷ ଟଙ୍କା ଦାଦା ବଟି ନଦେବାରୁ ସରପଞ୍ଚଙ୍କୁ ଉଠାଇ ନେଲେ ନକ୍ସଲ

ରାଉରକେଲା : ତିନି ଲକ୍ଷ ଟଙ୍କା ଦାଦା ବଟି ନ ଦେବାରୁ ପୂର୍ବତନ ସରପଞ୍ଚଙ୍କୁ ଗାଁରୁ ଉଠାଇ ନେଇଥିବା ପିଏଲଏଫଆଇର ନକ୍ସଲମାନେ ମାଡ ମାରି ଜଙ୍ଗଲରେ ଛାଡି ଦେଇଛନ୍ତି । ଗ୍ରାମବାସୀଙ୍କୁ ଭୟଭୀତ କରିବାକୁ ୧୨ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେଦେଇଛନ୍ତି । କାଣ୍ଡ ଭିଆଇବା ପରେ ଦୁଇଟି ମୋଟର ବାଇକରେ ଚାରି ପିଏଲଏଫଆଇ ନକ୍ସଲ ଝାରଖଣ୍ଡ ପୋଡବା ଜଙ୍ଗଲକୁ ଚାଲି ଯାଇଥିବା ଗ୍ରାମବାସୀ କହିଛନ୍ତି l ଘଟଣାସ୍ଥଳରୁ ହାତିବାରୀ ପୁଲିସ ୧୦ଟି ଖୋକା ଓ ଦୁଇଟି ଅଫୁଟା ଗୁଳି ଜବତ କରିଛି l

ଏହି କାଣ୍ଡ ପିଏଲଏଫଆଇ ନକ୍ସଲ ଭିଆଇଛନ୍ତି କି ନାହିଁ ପୁଲିସ ତଦନ୍ତ କରୁଛି l ଏମିତି ଘଟଣା ଘଟିଛି ଗତକାଲି ରାତି ପ୍ରାୟ ୯ଟା ସୁନ୍ଦରଗଡ଼ ନୂଆଗାଁ ବ୍ଲକ ଅନ୍ତର୍ଗତ ଓଡିଶା ଝାରଖଣ୍ଡ ପଟୋବ ଗାଁରେ l ମାଡ ଖାଇଥିବା ସରପଞ୍ଚ ଆଗନେଶ ସିୟୁସର ଘର ଜାମଦାରାରେ l ସେ ସୋଲାର ଲାଇଟ ଦୁର୍ନୀତିରେ ଗତ୪ ମାସ ତଳେ ନିଲମ୍ବିତ ହୋଇଥିଲେ l ପଟବୋରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ପାଣି ଟାଙ୍କି କାମ ନେଇଥିଲେ l ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି l

ସମ୍ବନ୍ଧିତ ଖବର