ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ସାମିଲ ହେଲେ ସରପଞ୍ଚ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛନ୍ତି । ଗ୍ରାମପଞ୍ଚାୟତରେ ସଂଗରୋଧ କେନ୍ଦ୍ର ପରିଚାଳନା କରୁଥିବାରୁ ସରପଞ୍ଚମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ସରପଞ୍ଚମାନଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି ।

 

ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ସରପଞ୍ଚମାନେ ତୃଣମୂଳ ସ୍ତରରେ ମହତ୍ତ୍ୱପୂର୍ଣ୍ଣ କାମ କରୁଛନ୍ତି । ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ଉତ୍ସର୍ଗୀକୃତ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସରପଞ୍ଚମାନେ ମଧ୍ୟ ଆଗ ଧାଡ଼ିର କୋଭିଡ୍‌‌ ଯୋଦ୍ଧା।

ସମ୍ବନ୍ଧିତ ଖବର