ପାଳଲହଡ଼ା: ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି ସରପଞ୍ଚ। ଏହାସହ ବାହାରେ ଅଳିଆ ନ ପକାଇବାକୁ ବି ଲୋକଙ୍କୁ ସଚେତନ କରୁଛନ୍ତି। ଏହି ସରପଞ୍ଚ ହେଉଛନ୍ତି ପାଳଲହଡ଼ା ବ୍ଲକ୍ ବତିସୁଆଁ ପଞ୍ଚାୟତର ଯୁବ ସରପଞ୍ଚ ଶୁଭେନ୍ଦୁ କୁମାର ସାହୁ। ଗାଁକୁ ଗାଁ ବୁଲି ପରିବେଶକୁ ସ୍ବଚ୍ଛ ରଖିବାକୁ ଜନସାଧାରଣଙ୍କୁ ସଚେତନ କରିବା ସହ ନିଜେ ହାତରେ ଝାଡ଼ୁ ଧରି ଅଳିଆ ଆବର୍ଜନା ସଫା କରୁଛନ୍ତି।
ପ୍ରତି ଘରୁ ଅଳିଆ ସଂଗ୍ରହ ପାଇଁ ପଞ୍ଚାୟତ ପକ୍ଷରୁ ଏକ ଠେଲା ଗାଡ଼ି ନିୟୋଜିତ ହୋଇଛି। ସରପଞ୍ଚଙ୍କ ଆହ୍ବାନରେ ମହିଳାମାନେ ଘରେ, ବାହାରେ, ଡ୍ରେନ୍ରେ ପଡ଼ିଥିବା ଅଳିଆ ଆଣି ଠେଲାଗାଡ଼ିରେ ପକାଉଛନ୍ତି। ଏହି ଅଳିଆ ଆବର୍ଜନା ଗାଁ ବାହାରେ ଥିବା ‘ବର୍ଜ୍ୟବସ୍ତୁଘରେ’ ପକାଯାଉଛି। ଏହିପରି ସବୁଦିନ ସ୍ବଚ୍ଛତା ଅଭିଯାନ ଚାଲିବ। ବତିସୁଆଁ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ିବା ତାଙ୍କର ଲକ୍ଷ୍ୟ ବୋଲି ସରପଞ୍ଚ ଶ୍ରୀ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/f564h65sf465ffhfhfh.jpg)