୧୧ ଦଫା ଦାବିରେ ସରପଞ୍ଚ ମହାସଂଘର ବିକ୍ଷୋଭ

ଭୁବନେଶ୍ୱର : ୧୧ ଦଫା ଦାବି ନେଇ ଆଜି ସରପଞ୍ଚ ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ଜଗମୋହନ ପ୍ରଧାନ ଓ ସମ୍ପାଦକ ନରେନ୍ଦ୍ର ସିଂଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ପଞ୍ଚାୟତରୁ ଆସିଥିବା ହଜାର ହଜାର ସରପଞ୍ଚ ମାଷ୍ଟରକ୍ୟାଣ୍ଟିନରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ।

ସରପଞ୍ଚମାନଙ୍କ ବିରୋଧରେ ଅସୁଥିବା ଅନାସ୍ଥା ପ୍ରସ୍ତାବ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା, ମାସିକ ଭତ୍ତା ୧୮୮୦ ଟଙ୍କାରୁ ୧୮୫୪୭.୫ଟଙ୍କାକୁ ବୃଦ୍ଧି କରିବା, ଅବସରପ୍ରାପ୍ତ ସରପଞ୍ଚମାନଙ୍କୁ ଭତ୍ତାର ୫୦% ଦେବା, ଜରୁରୀ ଆବଶ୍ୟକତା ପାଇଁ ୧୦ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇଦେବା, ଗସ୍ତ ଭତ୍ତା ୨୫ ହଜାର ଟଙ୍କା ଯୋଗାଇଦେବା ଆଦି ଦାବି ସଂପର୍କରେ ସଂଘ ସରକାରଙ୍କୁ ଅବଗତ କରାଇଥିଲା। ଏହାପରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଭାଗୀୟମନ୍ତ୍ରୀ, ବିରୋଧୀଦଳ ନେତାଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲା। ଦାବି ନେଇ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର