ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଚୋରମୁହାଁ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ମହାନ୍ତି (୩୯) ଙ୍କର ଆଜି ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ ପ୍ରଦ୍ୟୁମ୍ନ ମହାନ୍ତି ଆଜି ମିର୍ଜାପୁରରେ ଏକ ଉତ୍ସବରେ ଯୋଗ ଦେବାପାଇଁ ଅପରାହ୍ଣ ପ୍ରାୟ ୨ଟାରେ ସେ ବାଇକ୍ (ଓଡି୦୪ଏମ୍-୬୦୦୫)ରେ ଘରୁ ବାହାରି ଯାଇଥିଲେ। ଧର୍ମଶାଳା ବଜାର ନିକଟ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାରେ ଭୁବନ ଗାଁ ନିକଟ ବୁଲାଣିରେ ବାଇକ୍ଟି ବନ୍ଧ ତଳକୁ ଖସି ପଡ଼ିଥିଲା। ସେ ବନ୍ଧରାସ୍ତା ଉପରେ ମୁହଁମାଡ଼ି ପଡ଼ିଥିଲେ। ତାଙ୍କ ଛାତି ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ସେହି ବାଟରେ ଯାଉଥିବା ସାମ୍ବାଦିକ ସୁରେଶ ବିଶ୍ୱାଳ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ମହାନ୍ତିଙ୍କ ପତ୍ନୀ, ଝିଅ ଓ ପୁଅ ଅଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥନରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଗତବର୍ଷ ନଭେମ୍ବର ୧୭ତାରିଖରେ ସେ ବିଜେଡିରେ ଯୋଗ ଦେଇଥିଲେ।