ଉର୍ଲାଦାନୀ ସରପଞ୍ଚଙ୍କ ଜିଲ୍ଳାପାଳ କ୍ଷମତାର ପ୍ରୟୋଗ : ଶନିବାର ଓ ସୋମବାର ପଞ୍ଚାୟତକୁ କଲେ ସଟଡାଉନ

ପଞ୍ଚାୟତବାସୀଙ୍କ ସୁରକ୍ଷା ପାଇଁ ଆଗଭର ହେଲେ ସରପଞ୍ଚ

ଭବାନୀପାଟଣା : କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଉର୍ଲାଦାନୀ ପଂଚାୟତକୁ କରୋନା ମହାମାରୀରୁ ସୁରକ୍ଷା ଦେବାପାଇଁ ସ୍ଥାନୀୟ ସରପଞ୍ଚ ନିଜେ ପାଇଥିବା ଜିଲ୍ଲାପାଳ କ୍ଷମତାକୁ ଆଜି ବ୍ୟବହାର କରିଛନ୍ତି । କରୋନା ମହାମରୀରୁ ପଞ୍ଚାୟତବାସୀଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଶନିବାର ଓ ସୋମବାରକୁ ଉର୍ଲାଦାନୀ ସରପଞ୍ଚ ସଟଡ଼ାଉନ ଘୋଷଣା କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Wikipedia

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ପଂଚାୟତ ଦୁଇ ଜିଲ୍ଲାର ସୀମାନ୍ତ ଇଲାକା ତଥା ଜାତୀୟ ରାଜପଥ ସଂନ୍ନିକଟ ହେଇଥିବାରୁ ବିଭିନ୍ନ ସମୟରେ ଲୋକଙ୍କ ଯାତାୟତ ଲାଗିରହିଛି । ସେପଟେ ପଡୋଶୀ କନ୍ଧମାଳରେ କରୋନା ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ସରପଞ୍ଚ ଗନ୍ଧର୍ବ ପୂଜାରୀ ପ୍ରତ୍ୟେକ ସପ୍ତାହ ଶନିବାର ଓ ସୋମବାର ଦିନ ଉର୍ଲଦାନୀ ପଞ୍ଚାୟତକୁ ସଟ୍‌ ଡ଼ାଉନ୍ ଘୋଷଣା କରିଛନ୍ତି । ଏ ନେଇ ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଗନ୍ଧର୍ବ ପୁଝାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ନିଷ୍ପତି ଅନୁସାରେ ପ୍ରତ୍ୟେକ ସପ୍ତାହ ଶନିବାର ଓ ସୋମବାର ଦିନ ଉର୍ଲାଦାନୀ ପଂଚାୟତର ସମସ୍ତ ଗ୍ରାମ ସଟ୍ ଡ଼ାଉନ୍ ରହିବ। ଏପରିକି ସମସ୍ତ ମିନିବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟ ବନ୍ଦରହିବ । କେବଳ ମେଡ଼ିକାଲ ଓ ମେଡ଼ିସିନ ଦୋକାନ ଖୋଲା ରହିବ । ପ୍ରତ୍ୟେକ ବ୍ୟକ୍ତି ଅତ୍ୟନ୍ତ ଜରୁରୀ କାମରେ ବାହାରକୁ ଗଲେ ମାସ୍କ ପରିଧାନ କରିଯିବେ ନଚେତ ୨୦୦ ଟଙ୍କା ଫାଇନ ଆକାରରେ ଦେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଦୁଇଚକିଆ ଯାନ ମଟରସାଇକେଲ କିମ୍ବା ସାଇକେଲରେ ଯାଉଥାନ୍ତି,ତାହାହେଲେ କେବଳ ଦୁଇଜଣ ବ୍ୟକ୍ତି ଯାଇପାରିବେ । ଯଦି ଦୁଇଜଣରୁ ଅଧିକ ବ୍ୟକ୍ତି ସବାର ହେଇଥିବା ଦୃଷ୍ଟି ଗୋଚର ହୁଏ, ତାହାହେଲେ ୨୦୦ ଟଙ୍କା ଫାଇନ ଆଦାୟ କରାଯିବ। ସମସ୍ତ ରାସନକାର୍ଡ଼ ହିତାଧିକାରୀମାନେ ଜୁଲାଇ ଓ ଅଗଷ୍ଟ ୨୦୨୦ ମାସର ଚାଉଳ ଓ ଗହମ ନେବା ସମୟରେ ମାସ୍କ ପିନ୍ଧିବେ ଓ ଲେମିନେଟେଡ଼ ରାସନ କାର୍ଡ଼ ସହିତ ଘରର ସମସ୍ତ ସଦସ୍ୟଙ୍କ ଆଧାରକାର୍ଡ଼ ସହିତ ପିଡ଼ିଏସ ସଂଗ୍ରହ କରିବାକୁ ଆସିବେ । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ନିଜ ସ୍କୁଲ ପିଲାମାନଙ୍କୁ ସେମାନଙ୍କ ପାଠପଢାରେ ସାହାଯ୍ୟ କରିବେ ଓ ସେମାନଙ୍କ ପିତାମାତାଙ୍କୁ ପରାମର୍ଶ ଦେବେ । ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ସମସ୍ତ ୱାର୍ଡ଼ ସଭ୍ୟସଭ୍ୟା ନିଜ ସେଣ୍ଟର ୱାର୍ଡ଼ ରେ ଲୋକମାନଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟ ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଇ ସଚେତନ କରାଇବା ପାଇଁ ଉର୍ଲାଦାନୀ ଗ୍ରାମ ପଂଚାୟତ ତରଫରୁ ବିଜ୍ଞପ୍ତି ଜାରୀ କରାଯାଇଛି।

ସମ୍ବନ୍ଧିତ ଖବର