ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଲାଞ୍ଜି ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ହୀରାଧର ମାଝି ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ୬ ଗୋଟି ଭୋଟରେ ବିଜୟୀ ହୋଇଥିଲେ । ପଞ୍ଚାୟତ ନିର୍ବାଚନ ନିୟମ ଅନୁସାରେ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ସରପଞ୍ଚ ପଦବୀରେ ଳଢି ପାରିବେ ନାହିଁ । କିନ୍ତୁ ହୀରାଧର ମାଝିଙ୍କ ୨ ଗୋଟି ସନ୍ତାନରୁ ଅଧିକ ଥାଇ ବି ନିର୍ବାଚନ ଲଢି ସରପଞ୍ଚ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ଏହାକୁ ନେଇ ଦ୍ୱିତୀୟ ସ୍ଥାନରେ ଥିବା ବଲ୍ଲଭ ମାଝି ନୂଆପଡ଼ା ଜୁଡିସିଆଲ୍ କୋର୍ଟରେ ମକଦ୍ଦମା କରିଥିଲେ ।/sambad/media/post_attachments/wp-content/uploads/2020/01/BALLAV-MAJHI-NEW-SARAPANCH.jpg)
ବିଚାରପତି ଘଟଣାର ସତ୍ୟାସତ୍ୟ ବିଚାର କରି ହୀରାଧର ମାଝିଙ୍କୁ ଗାଦିଚ୍ୟୁତ କରିବା ପାଇଁ ନିର୍ଦେଶ ଦେଇଥିବା ଖଡ଼ିଆଳ ବିଡିଓ ଉତ୍ତମ କୁମାର ବାଗ ପ୍ରକାଶ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଥିବା ବଳ୍ଳଭ ମାଝିଙ୍କୁ ଲାଞ୍ଜି ପଞ୍ଚାୟତର ସରପଞ୍ଚ ଦାୟିତ୍ୱ ପ୍ରଦାନ କରାଯାଇଥିବା ବିଡିଓ ଶ୍ରୀ ବାଗ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Sarpanch-Dismissed_Thumbnail.jpg)