ଦୁଇରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ଲାଞ୍ଜି ଗ୍ରାମପଞ୍ଚାୟତର ସରପଞ୍ଚ ବହିଷ୍କୃତ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଲାଞ୍ଜି ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ହୀରାଧର ମାଝି ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ୬ ଗୋଟି ଭୋଟରେ ବିଜୟୀ ହୋଇଥିଲେ । ପଞ୍ଚାୟତ ନିର୍ବାଚନ ନିୟମ ଅନୁସାରେ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ସରପଞ୍ଚ ପଦବୀରେ ଳଢି ପାରିବେ ନାହିଁ । କିନ୍ତୁ ହୀରାଧର ମାଝିଙ୍କ ୨ ଗୋଟି ସନ୍ତାନରୁ ଅଧିକ ଥାଇ ବି ନିର୍ବାଚନ ଲଢି ସରପଞ୍ଚ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ଏହାକୁ ନେଇ ଦ୍ୱିତୀୟ ସ୍ଥାନରେ ଥିବା ବଲ୍ଲଭ ମାଝି ନୂଆପଡ଼ା ଜୁଡିସିଆଲ୍ କୋର୍ଟରେ ମକଦ୍ଦମା କରିଥିଲେ ।

ବିଚାରପତି  ଘଟଣାର ସତ୍ୟାସତ୍ୟ ବିଚାର କରି ହୀରାଧର ମାଝିଙ୍କୁ ଗାଦିଚ୍ୟୁତ କରିବା ପାଇଁ ନିର୍ଦେଶ ଦେଇଥିବା ଖଡ଼ିଆଳ ବିଡିଓ ଉତ୍ତମ କୁମାର ବାଗ ପ୍ରକାଶ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଥିବା ବଳ୍ଳଭ ମାଝିଙ୍କୁ ଲାଞ୍ଜି ପଞ୍ଚାୟତର ସରପଞ୍ଚ ଦାୟିତ୍ୱ ପ୍ରଦାନ କରାଯାଇଥିବା ବିଡିଓ ଶ୍ରୀ ବାଗ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର