ସିମୁଳିଆ : ମହିଳା ସରପଞ୍ଚ କରୋନା ପଜିଟିଭ୍‌

ସିମୁଳିଆ : ବାଲେଶ୍ବର ଜିଲ୍ଲାରୁ ରବିବାର ଚିହ୍ନଟ ହୋଇଥିବା ୧୭ ଜଣ କେରାନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଶାସନ ପାଇଁ ସବୁଠୁ ଅଧିକ ଚିନ୍ତା ବଢ଼ାଇଛନ୍ତି ସିମୁଳିଆ ବ୍ଲକରୁ ଆକ୍ରାନ୍ତ ହୋଇଥିବା ମହିଳା ସରପଞ୍ଚ। ମହିଳା ସରପଞ୍ଚଜଣକ ଉକ୍ତ ଅଞ୍ଚଳ ପାଇଁ କରୋନା ବାହକ (ସୁପରସ୍ପ୍ରେଡର) ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଗତକାଲି କରୋନା ମୁକାବିଲା ସମ୍ପର୍କିତ ଏକ ବୈଠକ ସିମୁଳିଆରେ ହୋଇଥିଲା। ବ୍ଲକର ବିଭିନ୍ନ ପଞ୍ଚା‌ୟତରୁ ସରପଞ୍ଚମାନେ ସେଥିରେ ଯୋଗଦେଇଥିବା ବେଳେ ସିମୁଳିଆ ବ୍ଲକ ବିଡିଓ, ତହସିଲଦାର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମହିଳା ସରପଞ୍ଚ ମଧ୍ୟ ତାଙ୍କ ପଞ୍ଚାୟତର ଜିଆରଏସ୍‌ଙ୍କ ସହ ଗୋଟିଏ ଗାଡ଼ିରେ ଉକ୍ତ ବୈଠକକୁ ଯାଇଥିଲେ। ଆଜି ମହିଳା ସରପଞ୍ଚଙ୍କ ରିପୋର୍ଟ ଆସିବା ପରେ ସମସ୍ତେ ଆତଙ୍କିତ ହୋଇଛନ୍ତି।

ସମ୍ବନ୍ଧିତ ଖବର