ଯାଜପୁର/ବରୀ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାର ରାଜନୀତି ରୋଚକ ମୋଡ଼ ନେବାରେ ଲାଗିଛି। ବରୀ ନିର୍ବାଚନର ମଣ୍ଡଳୀର ଇସ୍ତଫା ରାଜନୀତି ସମଗ୍ର ଜିଲ୍ଲାର ପାଣିପାଗକୁ ବେଶ ସରଗରମ କରିଛି। କିଛିଦିନ ପୂର୍ବରୁ ବିଜେପି ଯୁବନେତା ବିଶ୍ବରଞ୍ଜନ ମଲ୍ଲିକ ଦଳରୁ ଇସ୍ତଫା ଦେବା ସହିତ ୨୪ନମ୍ବର ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିଜେପି ଛାଡ଼ିଥିଲେ। ଆଜି ବିଶ୍ବଙ୍କ ପଦାଙ୍କ ଅନୁସରଣ କରି ୧୪ଜଣ ସରପଞ୍ଚ ଓ ୧୭ଜଣ ସମିତି ସଭ୍ୟ ଏବଂ ୫ଜଣ ମଣ୍ଡଳର ସଭାପତି ବିଜେପିରୁ ଇସ୍ତଫା ଦେଇଛନ୍ତି। ଯାହାକି ଜିଲ୍ଲା ବିଜେପି ସଙ୍ଗଠନକୁ ଦୋହଲାଇ ଦେଇଛି।
ପ୍ରକାଶ ଥାଉକି ଗତ ୨୦ତାରିଖରେ ବରୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ବିଶ୍ବ ରଂଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ୨୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସାମଲ, ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା ଓ ଉପାଧ୍ୟକ୍ଷ ରମେଶ ଭଞ୍ଜ ପ୍ରମୁଖ ବିଜେପି ଦଳର ପଦପଦବି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଆଜି ବରୀ ନିର୍ବାଚନ ମଣ୍ଡଳୀ ଅଧୀନ ଯାଜପୁର,ରସୁଲପୁର ଓ ବରୀ ୩ଟି ବ୍ଲକର ମୋଟ ୪୭ଟି ପଞ୍ଚାୟତ ମଧ୍ୟରୁ ୧୪ଜଣ ସରପଞ୍ଚ, ୧୭ଜଣ ସମିତି ସଭ୍ୟସଭ୍ୟା ଓ ୫ଟି ମଣ୍ଡଳର ସଭାପତି ସେମାନଙ୍କ ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସରପଞ୍ଚ ମାନଙ୍କ ମଧ୍ୟରେ ବୀରେନ୍ଦ୍ର ମିଶ୍ର(ଅଲିପୁର), ପ୍ରତୀମା ସାହୁ(କିମିରିଆପାଳ), ସୁଶାନ୍ତ ମଲିକ(ଭଅଁରା), ଅର୍ଚନା ମଲିକ(ବୋଦୁଅ), ବିଜୟ କୁମାର ସାହାଣୀ(ରମ୍ପା), ଶ୍ରୀଧର ଧଳ(ଅରଙ୍ଗବାଦ), ରୀନାରାଣୀ ଧଳ(ଅତିରା), ସବିତା ସାମଲ(ଉଦୟନାଥପୁର), ଗୀତା ମଲିକ(ରତଳାଙ୍ଗ), ଦୁର୍ଯ୍ୟୋଧନ ଦାଶ(ସୁଜନପୁର), ସୁମନବାଳା ମହାପାତ୍ର( ସାନସୁଆର), ଅମରଲତା ଜେନା(ବନ୍ଧଡିହ) ଇସ୍ତଫା ଦେଇଛନ୍ତି। ସେହିପରି ସମିତିସଭ୍ୟଙ୍କ ମଧ୍ୟରେ ମମତା ସାହୁ(କିମ୍ଭିରିଆପାଳ), ଲକ୍ଷ୍ମଣ ସାହୁ(ବାଇଁସିରିଆ), ନିବେଦିତା ମଲିକ(ଭଅଁରା), ପ୍ରଣବ କୁମାର ଦାସ(ରମ୍ପା), ନୀଳମଣି ଜେନା(ରତଳାଙ୍ଗ), ପ୍ରଫୁଲ ସାମଲ(ବାଲିବିଲି), ବନଜା ମଲିକ(ଅନ୍ୟାସପୁର), ରୀନାରାଣୀ ସେଠୀ(କଳାମାଟିଆ), ବାଜଗୋବିନ୍ଦ ମଲିକ(ଅମଠପୁର), ସସ୍ମିତା ମଲିକ(ମହାକାଳପଡା), ଅଙ୍କୁରା ମଲିକ( ଗମ୍ବୁ), ରଶ୍ମି ପ୍ରକାଶିନୀ ଧଳ(ସେରପୁର), ଜୟନ୍ତୀ ଦାସ(ଇସାନପୁର), ମାନସୀ ଜେନା(ସୁଜନପୁର), ମାନସୀ ମଲିକ(ଅର୍ଥଗାଁ) ବିଜେପି ଛାଡ଼ିଛନ୍ତି। ବିଜେପି ମଣ୍ଡଳ ସଭାପତିମାନଙ୍କ ମଧ୍ୟରେ ବିଜୟ କୁମାର ଜେନା(ଜୋନ-୩୬), ଅଶୋକ କୁମାର ଅଧିକାରୀ(ଜୋନ-୨୧), ଶିବପ୍ରସାଦ ନାୟକ(୨୩), ସାନ୍ତନୁ ମଲିକ(୨୪) ଓ ଅଶୋକ କୁମାର ମହାନ୍ତି(୩୧) ପ୍ରମୁଖ ଆଜି ଇସ୍ତଫା ଦେଇଛନ୍ତି।
ବିଶ୍ବରଂଜନଙ୍କ ଟିମ୍ ଖୁବ୍ଶୀଘ୍ର ବିଜେଡିରେ ମିଶିବା ନେଇ କ୍ଷେତ୍ର ପ୍ରସ୍ତୁତ ହୋଇଛି। ତେବେ ଏମାନଙ୍କ ମିଶ୍ରଣ ପରେ ବରୀର ବିଜେଡି ରାଜନୀତି ଗୋଳିଆ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/bjp.jpg)