ସାରୁଅ ଜମି ଦୁର୍ନୀତି ମାମଲା : କୋର୍ଟରେ ବିକ୍ରେତାଙ୍କ ବୟାନ ରେକର୍ଡ

କାଲିକୁ ଘୁଞ୍ଚିଲା ମନୋରଞ୍ଜନଙ୍କ ଜାମିନ ଶୁଣାଣି

ଭୁବନେଶ୍ବର : ବହୁଚର୍ଚ୍ଚିତ ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ ବିକ୍ରେତା ତଥା ମାମଲାର ପକ୍ଷଭୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କର ଆଜି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ବୟାନ ରେକର୍ଡ କରାଯାଇଛି। ପ୍ରାୟ ୨୨ଜଣ ବିକ୍ରେତାଙ୍କ ମଧ୍ୟରୁ ୧୫ଜଣ ସେମାନଙ୍କ ପକ୍ଷ ରଖିଛନ୍ତି। ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ଡ୍ରାଇଭର ତଥା କ୍ରେତା ରବି ସେଠୀଙ୍କୁ କେମିତି, କେଉଁ ପରିସ୍ଥିତିରେ ଜମି ବିକ୍ରି କରିଥିଲେ, ସେ ସମ୍ପର୍କରେ ବିକ୍ରେତାମାନେ ସେମାନଙ୍କର ବୟାନ ଦେଇଛନ୍ତି। ବାକି ବିକ୍ରେତାମାନଙ୍କ ମଧ୍ୟରୁ କେତେକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆଉ କେତେକ ଓଡ଼ିଶା ବାହାରେ ରହୁଛନ୍ତି।

ଅନ୍ୟପକ୍ଷରୁ ଏହି ମାମଲାରେ ଗିରଫ ହୋଇଥିବା ଓଡ଼ିଶା ଇନଫ୍ରାଟେକ୍‌ର ନିର୍ଦ୍ଦେଶକ ତଥା ଓଟିଭିର ପୂର୍ବତନ ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କର ଆଜି ଜାମିନ ଶୁଣାଣି ହୋଇ ପାରି ନ ଥିଲା। ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି। ମନୋରଞ୍ଜନ ଅସୁସ୍ଥ ହୋଇପଡ଼ିଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ନେବାର ଆବଶ୍ୟକତା ରହିଛି। ଚିକିତ୍ସା କ୍ଷେତ୍ରରେ ଜାମିନ ପ୍ରଦାନ କରିବା ପାଇଁ ଆବେଦନ କରାଯାଇଥିବା ମନୋରଞ୍ଜନଙ୍କ ଭିଣୋଇ ହରିହର ମିଶ୍ର ସୂଚନା ଦେଇଛନ୍ତି। ଯେଉଁମାନେ କମ୍ପାନିର ଲାଭାର୍ଥ ପାଉଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର