ଭୁବନେଶ୍ବର : ବହୁ ଚର୍ଚ୍ଚିତ ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ଆଉ ଜଣେ ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ସେ ହେଲେ ନିହାର ରଞ୍ଜନ ଭୂୟାଁ। ଜମି ଜାଲିଆତି ମାମଲାରେ ଅଧିକ ଖୋଳତାଡ଼ ପାଇଁ ତାଙ୍କୁ ଇଓଡବ୍ଲୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଗତ ଦୁଇଦିନ ଧରି ଅନ୍ୟତମ ନିର୍ଦ୍ଦେଶକ ବିଭୁ ରଥଙ୍କୁ ମାରାଥନ୍ ଜେରା କରିଛି ଇଓଡବ୍ଲୁ। ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ଦୁଇ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଶିବପ୍ରସାଦ ଶ୍ରୀଚନ୍ଦନ ଗିରଫ ହୋଇଛନ୍ତି।
ସାରୁଅ ଜମି ଦୁର୍ନୀତି ମାମଲା : ଓଡ଼ିଶା ଇନଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକଙ୍କୁ ଇଓଡବ୍ଲୁର ନୋଟିସ୍
/sambad/media/post_attachments/wp-content/uploads/2019/04/eow.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)