ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଖୋର୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ ଓଟିଭି ସିଏଫ୍ଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ଏହା ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରିଥିଲା ଇଓଡବ୍ଲୁ। ଅଧିକ ତଦନ୍ତ ଲାଗି ଆଉ ୫ ଦିନ ଲାଗି ରିମାଣ୍ଡରେ ନେବା ଲାଗି ଇଓଡବ୍ଲୁର ତଦନ୍ତକାରୀ ଅଧିକାରୀ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଆଉ ଗୋଟିଏ ଦିନ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି।
ଗତକାଲି ଗିରଫ ହୋଇ ରିମାଣ୍ଡରେ ଥିବା ଅନ୍ୟତମ ଅଭିଯୁକ୍ତ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଜେରା ଚାଲିଛି। ଏହି ଜମି ଜାଲିଆତିରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ପଚରାଉଚରା କରା ଯାଉଥିବା ଜଣାପଡ଼ିଛି। ଆସନ୍ତାକାଲି ତାଙ୍କର ରିମାଣ୍ଡ ଅବଧି ଶେଷ ହେବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୧ ତାରିଖରେ ମନୋରଞ୍ଜନଙ୍କୁ ଗିରଫ କରିଥିଲା ଇଓଡବ୍ଲୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Manoranjan-sarangi-f.jpg)