ସାରୁଅ ଜମି ଦୁର୍ନୀତି ମାମଲା: କ୍ରାଇମ୍‌ବ୍ରାଞ୍ଚ ଏଡିଜି କହିଲେ- ଚଞ୍ଚକତା କରି ଲୋକଙ୍କ ଜମି ହଡପ କରାଯାଇଛି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ଜମି ଦୁର୍ନୀତିକୁ ନେଇ ନୂଆ ସୂଚନା ଆସିଛି। ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ୍‌ ଲିମିଟେଡ ଜମି ହଡପ କରିଛି। ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ସାମ୍ବାଦିକ ସମ୍ମଳନୀରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି। ଚଞ୍ଚକତା କରି ଲୋକଙ୍କ ଜମି ହଡପ କରାଯାଇଛି ବୋଲି ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ୭.୨୯ ଏକର ଜମି ନିଆଯାଇଛି। ହେଲେ ଜମି ମାଲିକଙ୍କୁ କୌଣସି ଅର୍ଥ ଦିଆଯାଇନାହିଁ। ଏହାସହ ଜମି ନାଁରେ ବେନାମୀ ଟ୍ରାଞ୍ଜାକ୍ସନ ମଧ୍ୟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ଅନ୍ୟପକ୍ଷରେ ସାରୁଅ ଜମି ଦୁର୍ନୀତି ଘଟଣାରେ ଓଡିଶା ଇନଫ୍ରାଟେକ୍‌ ନିର୍ଦେଶକ ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଘୁଞ୍ଚିଛି। ଆସନ୍ତା ୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ। ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଖୋର୍ଦ୍ଧା ସେସନ ଜଜଙ୍କ କୋର୍ଟରେ ହେବାର ଥିଲା।

ତେବେ ସାରୁଅ ଜମି ଦୁର୍ନୀତି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨୨ ଜଣ ଅଭିଯୋଗକାରୀଙ୍କୁ ସଠିକ୍‌ ଭାବେ ନୋଟିସ୍‌ ଯାଇ ପାରିନାହିଁ। ତେଣୁ ଆଜିର ଶୁଣାଣିରେ ବିଳମ୍ବ ହୋଇଛି।

ସମ୍ବନ୍ଧିତ ଖବର