ସାରୁଅ ଓଟିଭି ଜମି ଜାଲିଆତି ମାମଲା : ଷ୍ଟୁଡିଓ ମ୍ୟାନେଜର ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ସାରୁଅ ଜମି ଜାଲିଆତି ମାମଲାରେ ଆଜି ବାଘମାରି ପୁଲିସ ଓଟିଭି–ତରଙ୍ଗର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ତାଙ୍କୁ ଗିରଫ କରିଛି।

ଏ ସମ୍ପର୍କରେ ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ଯେ ଗତ ୫ ତାରିଖରେ ସାରୁଅ ଓଟିଭି–ତରଙ୍ଗ ଷ୍ଟୁଡିଓ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଗଲାବେଳେ ଅନିରୁଦ୍ଧ ଗାଁ’ର ପୁରୁଷ–ମହିଳାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ଏନେଇ ଥାନାରେ ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଦଫା ୪୪୭, ୨୯୪, ୫୦୬ ଓ ୩୪ରେ ୮୨/୨୦୨୦ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତାଙ୍କୁ ପଚରାଉଚରା କରିବାକୁ ଦୁଇ ଥର ଥାନାକୁ ଆସିବାକୁ ସମନ କରାଯାଇଥିଲା। କିନ୍ତୁ ସେ ଥାନାକୁ ଆସି ନ ଥିଲେ କିମ୍ବା ସମନର ପ୍ରତ୍ୟୁତ୍ତର ଦେଇ ନ ଥିଲେ। ଗତକାଲି ରାତିରେ ସେ ଷ୍ଟୁଡିଓରେ ଥିବା ଖବର ପାଇ ତାଙ୍କୁ ଗିରଫ କରାଯାଇଥିଲା। ଆଜି ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି।

ସମ୍ବନ୍ଧିତ ଖବର