କେବିସିରେ ୩.୨ ଲକ୍ଷ ଜିତିଲେ ସସ୍ମିତା

ସମ୍ବଲପୁର : ସମ୍ବଲପୁରର ବୋହୂ ତଥା ଭୁବନେଶ୍ବର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର୍‌ ଡ. ସସ୍ମିତା କର କୌନ ବନେଗା କରୋଡ଼ପତିରେ ଭାଗ ନେଇ ୩ ଲକ୍ଷ ୨୦ ହଜାର ଟଙ୍କା ପୁରସ୍କାର ରାଶି ଜିତିଛନ୍ତି। ଗୁରୁବାର ଓ ଶୁକ୍ରବାର ୨ ଦିନ ଧରି ସସ୍ମିତାଙ୍କ ଭାଗ ନେଇଥିବା ଏପିସୋଡ୍ ସୋନି ଟିଭିରେ ପ୍ରସାରିତ ହୋଇଛି। ଗୁରୁବାର ଅଧ୍ୟାୟର ଶେଷ ଭାଗରେ ସସ୍ମିତା ‘ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ’ ଜିତି ହଟ୍‌ ସିଟ୍‌କୁ ଆସିଥିଲେ। ତେବେ ଗୁରୁବାର ହଟ୍‌ ସିଟ୍‌ରେ ପହଞ୍ଚିବା ମାତ୍ରେ ହିଁ ହୁଟର୍‌ ବାଜି ଯିବାରୁ ତାଙ୍କୁ ଗୋଟିଏ ବି ପ୍ରଶ୍ନ ପଚରା ଯାଇ ନଥିଲା।

ଶୁକ୍ରବାର ଅଧ୍ୟାୟରେ ସେ ଦୁଇଟି ପର୍ଯ୍ୟାୟ ସଫଳତାର ସହ ଅତିକ୍ରମ କରିଥିଲେ। ବିଗ୍‌ ବି’ ଅମିତାଭ୍‌ ବଚ୍ଚନଙ୍କ ଗ‌ୋଟିଏ ପରେ ଗୋଟିଏ କରି ମୋଟ ୧୦ଟି ପ୍ରଶ୍ନର ଉତ୍ତର ଦେଇ ୩ ଲକ୍ଷ ୨୦ ହଜାର ଟଙ୍କା ଜିତିଥିଲେ। ତେବେ ୪ଟି ଯାକ ଲାଇଫ୍ ଲାଇନ୍‌ ଶେଷ ହୋଇଯିବାରୁ ତୃତୀୟ ତଥା ଅନ୍ତିମ ଚରଣରେ ଆଉ ଆଗକୁ ବଢ଼ିପାରି ନଥିଲେ। ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ସୁକାନ୍ତ କରଙ୍କ ପତ୍ନୀ ତଥା ଶିକ୍ଷାବିତ ବାଳକୃଷ୍ଣ କରଙ୍କ ସାନ ବୋହୂ ସସ୍ମିତା କଟକ ଜିଲ୍ଲା ପହଙ୍ଗା (ନିଆଳି) ନିବାସୀ ବଟକୃଷ୍ଣ ଷଡ଼ଙ୍ଗୀଙ୍କ କନିଷ୍ଠା କନ୍ୟା ଅଟନ୍ତି।

ସମ୍ବନ୍ଧିତ ଖବର