ସ୍ୟାଟ୍ ଭବିଷ୍ୟତ ସଂପର୍କରେ ୧୯ରେ ଶୁଣାଣି

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌)ରେ ଖାଲି ପଡିଥିବା ଅଧୢକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସ˚ଗକୁ ନେଇ ହାଇକୋର୍ଟରେ ଦାୟର ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୯ରେ ହେବ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ମାମଲାର ଶୁଣାଣି ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୯କୁ ଧାର୍ଯ୍ୟ କରାଯାଇଛି। ମାମଲାର ଶୁଣାଣି ସମୟରେ ଏହି ପ୍ରସଂଗକୁ ନେଇ ସୁପ୍ରିମକୋର୍ଟରେ ଏସଏଲପି ଦାୟର ହୋଇଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜାନୁଆରି ୧୦ରେ ମାମଲାର ଶୁଣାଣି କରି ହାଇକୋର୍ଟ ସ୍ୟାଟ୍‌ରେ ଖାଲି ପଡିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସ˚ଗରେ ୪ ସପ୍ତାହ ଭିତରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନ‌ିର୍ଦ୍ଦେଶ ଦେଇଥିଲେ। ଖାଲି ପଡିଥିବା ପଦବିରେ ଆଡ୍‌-ହକ୍ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷରେ ଏହି ମାମଲାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ୨୦୧୯, ଜାନୁଆରି ୧୦ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥି‌ଲେ।। ଆବେଦନକାରୀ ସ୍ୟାଟ୍‌ ବାର‌୍‌ ଆସୋସିଏସନ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ମାନସ ରଂଜନ ମହାପାତ୍ର, ଆଇନଜୀବୀ ଉଲ୍ଲାସ ଚନ୍ଦ୍ର ମହାନ୍ତି, ବିରଜା ପ୍ରସନ୍ନ ଶତପଥୀ, ଶଶୀଭୂଷଣ ଜେନା, ରବି ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର