୧୧ରେ ସ୍ୟାଟ୍‌ ମାମଲାର ଶୁଣାଣି

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ) ଉଚ୍ଛେଦ ପାଇଁ କ୍ୟାବିନେଟ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଚାଲେଞ୍ଜ କରି କଟକ ସ୍ୟାଟ ବାର ଓ ଭୁବନେଶ୍ୱର ସ୍ୟାଟ ବାର ଆସୋସିଏସନ ପକ୍ଷରୁ ଦାୟର ମାମଲାର ହାଇକୋର୍ଟରେ ଏପ୍ରିଲ ୧୧ରେ ଶୁଣାଣି ହେବ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ହୋଇଥିଲା।

ସମ୍ବନ୍ଧିତ ଖବର