ଭୁବନେଶ୍ୱର : କିଛି ଦିନ ତଳେ ପୁଲିସ ଡିଜି ୩୩୬ ଜଣଙ୍କୁ ଏଏସ୍ଆଇରୁ କନଷ୍ଟେବଲ ପଦବିକୁ ଅବନତି କରାଇବା ମାମଲାରେ ସ୍ୟାଟ୍ ଉଲ୍ଲେଖନୀୟ ରାୟ ପ୍ରଦାନ କରିଛନ୍ତି। ସ୍ୟାଟ ଡିଜିପିଙ୍କ ଏଭଳି ନିର୍ଦେଶକୁ ଖାରଜ କରି ଦେଇଛନ୍ତି। ଫଳରେ ଏବେ ଏଏସ୍ଆଇମାନେ ପୂର୍ବଭଳି କାର୍ଯ୍ୟ କରିବାର ଅଧିକାର ପାଇବେ। ଡିଜି ପୁଲିସ ଏଏସ୍ଆଇରୁ କନଷ୍ଟେବଲ ପଦବିକୁ ଅବନତି କରାଇବା ପରେ ଏ ନେଇ ସ୍ୟାଟରେ ମାମଲା ରୁଜୁ ହୋଇଥିଲା। ସ୍ୟାଟ ଏହି ମାମଲାର ଶୁଣାଣି କରି କହିଥିଲେ କି ଡିଜିପିଙ୍କର ଏଭଳି ଅବନତି କରିବାର ଅଧିକାର ନାହିଁ। ଏହା କେବଳ ରାଜ୍ୟ ସରକାର ଚାହିଁଲେ କରି ପାରିବେ। ତେଣୁ ସ୍ୟାଟ୍ ଡିଜିପିଙ୍କ ଏଭଳି ନିର୍ଦେଶକୁ ଖାରଜ କରି ଦେଇଛନ୍ତି।
ଏଏସ୍ଆଇରୁ କନଷ୍ଟେବଲକୁ ଅବନତି କରିବା ଘଟଣା: ସ୍ୟାଟ୍ରେ ମାମଲା ଖାରଜ
/sambad/media/post_attachments/wp-content/uploads/2018/01/court-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)