ଝାରସୁଗୁଡ଼ା: ଜିଏସ୍ଟି ଠକେଇରେ ଗତକାଲି ଭୁବନେଶ୍ୱର ଠାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ସତିନ୍ଦ୍ର କୁମାର ଯାଦବକୁ ଆଜି ଜିଏସ୍ଟି ବିଭାଗ ପକ୍ଷରୁ ଝାରସୁଗୁଡ଼ା ଅଣାଯାଇ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସତିନ୍ଦ୍ରକୁ ମଧ୍ୟ ୧୫ ଦିନ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଗତକାଲି ଜିଏସ୍ଟି ଠକେଇର ମୁଖ୍ୟ ମାଷ୍ଟର ମାଇଣ୍ଡ ଝାରସୁଗୁଡ଼ାର ସିଏ ଅମିତ ଅଗ୍ରୱାଲକୁ ଝାରସୁଗୁଡ଼ା ଠାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ପବ୍ଲିକ ପ୍ରସିକ୍ୟୁଟର ପ୍ରକାଶ ଚନ୍ଦ୍ର ମହାନ୍ତି ଜଣାଇଛନ୍ତି ଯେ, ସତିନ୍ଦ୍ର କୁମାର ଯାଦବ ନାମରେ ୫୫ କୋଟି ଟଙ୍କା ଜିଏସ୍ଟି ଠକେଇ ଅଭିଯୋଗ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/22648ce3-c1aa-4651-83c1-6bcaace51956.jpg)