ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ମହାବଳ ମହାବୀରର ମୃତ୍ୟୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ବାଘର ବ୍ୟବଚ୍ଛେଦ ରିପୋର୍ଟର ସତ୍ୟତା ଉପରେ ପ୍ରଶ୍ନ ଉଠିାଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଓ ଓ୍ଵାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଡବ୍ଲୁଆଇଆଇ) ପକ୍ଷରୁ ବାଘ ମୃତ୍ୟୁ ନେଇ ହୋଇଥିବା ତଦନ୍ତ ପରେ ମହାବୀରର ମୃତ୍ୟୁ କାରଣ ଅନ୍ୟ କୌଣସି ପଶୁର ଶିକାର ବେଳେ ହୋଇଥିବା ଆଘାତ ବୋଲି ଜଣାପଡ଼ିଛି। ଶିକାର ବେଳେ ଟାର୍ଗେଟ ଭିତରକୁ ମହାବଳ ଆସିଥିବା କୁହାଯାଇଛି। ପରୋକ୍ଷରେ ଶିକାର କାରଣରୁ ମହାବଳର ମୃତ୍ୟୁ ହୋଇଥିବା କୁହାଯାଉଛି।
ମହାବଳର ମୃତ୍ୟୁ ପରେ ସାତକୋଶିଆରେ ଏନ୍ଟିସିଏ ଓ ଡବ୍ଲୁଆଇଆଇ ସ୍ୱତନ୍ତ୍ର ଟିମ୍ ଆସି ତଦନ୍ତ କରିଥିଲେ। ଏନ୍ଟିସିଏର ଆଇଜି ଅମିତ ମଲିକ ଓ ଡବ୍ଲୁଆଇଆଇର ଡିଆର୍ ରମେଶ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ଆଉ ତଦନ୍ତ ପରେ ଏନ୍ଟିସିଏ ଏଡିଜିଙ୍କୁ ରିପୋର୍ଟ ଦେଇଛନ୍ତି। ସେମାନଙ୍କ ରିପୋର୍ଟରେ ଶିକାର କାରଣରୁ ମହାବୀରର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ମଲଟିପୁଲ ଅର୍ଗାନ୍ ଫେଲୁଏର ଯୋଗୁଁ ମହାବଳ ମହାବୀର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ବେକରେ ଥିବା ଆଘାତ ଅଧିକ ସଂକ୍ରମିତ ହେବାରୁ ଅର୍ଗାନ୍ ଫେଲୁଏର ହୋଇଥିବା ବନ ବିଭାଗ ତରଫରୁ କୁହାଯାଇଥିଲା।
ଏବେ ଏନ୍ଟିସିଏ ଓ ଡବ୍ଲୁଆଇଆଇ ରିପୋର୍ଟ ମହାବଳର ମୃତ୍ୟୁ ଘଟଣା ନୂଆମୋଡ ନେଇଛି। ସେପଟେ ଆର୍ସିସିଏଫ୍ ମଧ୍ୟ ବାଘ ବେକରେ ଘା’ ଯୋଗ୍ୟୁ ମୃତ୍ୟୁ ହୋଇଥିବା କଥା କହିଥିଲେ। କିନ୍ତୁ ଏବେ ବି ମହାବଳର ମହାବୀର ମୃତ୍ୟୁ କେମିତି ହେଲା ସନ୍ଦେହରେ ଜାରି ରହିଛି।