ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋଭିଡ୍ ଡାକ୍ତରଖାନାରେ ଶନିବାର ଦିନ ନୂଆପଡ଼ା ଜିଲ୍ଲା ସତ୍ସଙ୍ଗ ବିହାରର ଅଧ୍ୟକ୍ଷ ପଣ୍ଡିତ ସରୋଜ ଗୁରୁ (୬୫ବର୍ଷ)ଙ୍କ କରୋନାରେ ମୃତ୍ୟୁ ହୋଇଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସ୍ବର୍ଗତ ଗୁରୁ ଚଳିତ ମାସ ୧୨ ତାରିଖ ଦିନ କରୋନା ଚିହ୍ନଟ ହୋଇ ଜିଲ୍ଲା କୋଭିଡ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପୂର୍ବାହ୍ନ ୧୦ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ, ନୂଆପଡ଼ା ସତ୍ସଙ୍ଗ ବିହାର ଅଧ୍ୟକ୍ଷ ରହିଥିବା ବେଳେ ଜୟଗୁରୁ ପରିବାରର ଜଣେ ସକ୍ରିୟ ସଦସ୍ୟ ଥିଲେ। ଦର୍ଶନ ଶାସ୍ତ୍ରରେ ତାଙ୍କର ପ୍ରଗାଢ଼ ଜ୍ଞାନ ରହିଥିବା ବେଳେ ସେ ବିଭିନ୍ନ ଉପାଦୟେ ପୁପ୍ତକର ରଚୟିତା ମଧ୍ୟ ଅଛନ୍ତି। କରୋନାରେ ମୃତ୍ୟୁ ହେବା ପରେ ନୂଆପଡ଼ା ଏନ୍ଏସି ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କର ତିନି ପୁଅ ଆଲୋକ, ଆଶିଷ, ଆମୋଦ ଏବଂ ଗୋଟିଏ ଝିଅ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/43ceb69a-3d8d-4a7c-b7f0-32de1f9a86a4.jpg)