ବ୍ରହ୍ମପୁର: ନିଜ ଶିଳ୍ପୀ କଳାକୁ ବିନିଯୋଗ କରି ସବୁବେଳେ କିଛି ନିଆରା କରିବାର ପ୍ରୟାସ ସତ୍ୟ ମହାରଣାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ଏଥିସହ ଏକାଧିକ କୀର୍ତ୍ତିମାନର ଅଧିକାରୀ। ଏବେ ସେଥିରେ ପୁଣି ଆଉ ଏକ କୀର୍ତ୍ତିମାନ ଯୋଡ଼ି ହୋଇଯାଇଛି। ଗତ ସେପ୍ଟେମ୍ବର ମାସରେ ବୋତାମରେ ଗଢ଼ିଥିବା ମା’ କନ୍ଧୁଣୀ ଦେବୀଙ୍କ ପ୍ରତିମାକୁ ଏକ ଚମତ୍କାର ପ୍ରତିମା (ମ୍ୟାଗ୍ନିଫିସେଣ୍ଟ ପୋେଟ୍ରଟ୍ ଅଫ୍ ଗଡେସ୍)ର ସ୍ବିକୃତୀ ଦେଇଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍। ଚଳିତବର୍ଷ କରୋନା ପାଇଁ ସୋରଡ଼ାର ଆରାଧ୍ୟା ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପିଢ଼ା ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ଭିନ୍ନ ଢଙ୍ଗରେ ମା’ଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କରିବା ପାଇଁ କଲେ ଏକ ନୂଆ ପରିକଳ୍ପନା। ୧୧୧୫ଟି ବିଭିନ୍ନ ରଙ୍ଗର ବୋତାମକୁ ନେଇ ଗଢ଼ିଦେଲେ ମା’ କନ୍ଧୁଣୀ ଦେବୀଙ୍କ ଏକ ଅବିକଳ ପ୍ରତିମା। କିଛି ଫୁଲ ମଦ୍ୟ ଏଥିରେ ବ୍ୟବହାର କରିଥିଲେ। ପ୍ରତିମାଟିର ଉଚ୍ଚତା ଥିଲା ୧୮ଇଂଚ ଏବଂ ପ୍ରସ୍ଥ ୧୫ଇଂଚ। ଏହାକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନିତ କରିବା ପାଇଁ ସତ୍ୟ ଆବେଦନ କରିଥିଲେ। ଯାଂଚ ପରେ ତାଙ୍କର ଏହି କଳାକୃତିକୁ କୀର୍ତ୍ତିମାନର ସ୍ବୀକୃତି ମିଳିଥିବା ସେ ସୂଚନା ଦେଇଛନ୍ତି।
ସତ୍ୟ ମହାରଣାଙ୍କ ଆଉ ଏକ କୀର୍ତ୍ତିମାନ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲା ମା ’କନ୍ଧୁଣୀଦେବୀଙ୍କ ବୋତାମ ପ୍ରତିମା
/sambad/media/post_attachments/wp-content/uploads/2020/11/botam-pratima.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)