ଶପଥ ନେଲେ ରାଜ୍ୟପାଳ

ଭୁବନେଶ୍ୱର : ବିହାର ରାଜ୍ୟପାଳ ସତ୍ୟପାଲ ମଲିକ ଆଜି ସଂଧ୍ୟାରେ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନୀତ ସରଣ ଶ୍ରୀ ମଲିକଙ୍କୁ ଶପଥ ପାଠ କରାଇଛନ୍ତି। ଏନେଇ ରାଭଜବନର ଅଭିଷେକ ହଲ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଶପଥପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ, ବିଭିନ୍ନ ବିଭାଗର ସଚିବ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ, ପୁଲିସ ଡିଜି, ପୁଲିସ କମିସନର ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଆଜି ପୂର୍ବାହ୍ନରେ ଶ୍ରୀ ମଲିକ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ। ଏହାପରେ ରାଜଭବନରେ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ଏସ୍‌.ସି ଜମିରଙ୍କର ରାଜ୍ୟପାଳ ଭାବେ ମଙ୍ଗଳବାର କାର୍ଯ୍ୟକାଳ ଶେଷ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିହାର ରାଜ୍ୟପାଳଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ।

ସମ୍ବନ୍ଧିତ ଖବର