ସୁରତ ପୁଲିସ ମାଡ଼ରେ ସତ୍ୟ ସ୍ୱାଇଁଙ୍କ ମୃତ୍ୟୁ ଘଟଣା : ଏନ୍‌ଏଚ୍‌ଆର୍‌ସିି କ୍ଷୁବ୍ଧ, ପୁଣି ରିପୋର୍ଟ ତଲବ

ଖିଲାପ ହେଲେ ବ୍ୟକ୍ତିଗତ ହାଜିରା ଚେତାବନୀ

ବ୍ରହ୍ମପୁର : ସୁରତର ଆମ୍ରୋଲି ଥାନା ପୁଲିସ ମାଡ଼ରେ ସୂତାକଳରେ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସତ୍ୟବାନ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆରସି) ପୁଣି ଗୁଜରାଟ ପୁଲିସକୁ ୪ ସପ୍ତାହ ଭିତରେ ରିପୋର୍ଟ ତଲବ କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଦାଖଲ ନ କଲେ ମାନବାଧିକାର ଆଇନର ଧାରା ୧୩ ଅନୁଯାୟୀ ବ୍ୟକ୍ତିଗତ ହାଜର ହେବାକୁ ଚେତାଇ ଦେଇଛନ୍ତି। ପୂର୍ବରୁ ୮ ସପ୍ତାହ ଭିତରେ ରିପୋର୍ଟ ମାଗିଥିଲେ। କିନ୍ତୁ ଗୁଜୁରାଟ ପୁଲିସ, ପ୍ରଶାସନ କୌଣସି ରିପୋର୍ଟ ଦାଖଲ ନ କରିବାକୁ କମିସନ୍‌ କ୍ଷୋଭ ପ୍ରକାଶ କରିଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମର ସତ୍ୟବାନ ସ୍ବାଇଁ ସୁରତର ଅଞ୍ଜନୀ ଇଣ୍ତଷ୍ଟ୍ରିଆଲ୍‌ ଅଞ୍ଚଳରେ ରହି କାମ କରୁଥିଲେ। ଗତ ମେ’ ୧୫ ତାରିଖରେ ସୁରତର ଆମ୍ରୋଲି ଥାନା ପୁଲିସ କମ୍ପାନି ପରିସରରେ ପଶି ତାଙ୍କୁ ନିସ୍ତୁକ ମାଡ଼ ମରିଥିଲା। ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପୁରୀର ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସଙ୍କ ସମେତ ୧୧ଜଣ ଏନ୍‌ଏଚ୍‌ଆରସିରେ ଅଭିଯୋଗ କରିଥିଲେ। ଜୟନ୍ତଙ୍କ ଅଭିଯୋଗ ଆଧାରରେ (ନ˚ ୩୫୦/୬/୨୩/୨୦୨୦)ରେ ଏନ୍‌ଏଚ୍‌ଆରସି ମାମଲା ରୁଜୁ କରି ନୋଟିସ ଜାରି କରିବା ସହ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର, ନିର୍ଦ୍ଧାରିତ ସମୟ ମଧ୍ୟରେ ଗୁଜୁରାଟ ସରକାର ଏ ସ˚କ୍ରାନ୍ତରେ କୌଣସି ରିପୋର୍ଟ ଦାଖଲ କରିନଥିବାରୁ ଏହାକୁ ନେଇ ଏନ୍‌ଏଚ୍‌ଆରସି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର