ଦାରିଦ୍ର୍ୟ ଦୂରୀକରଣ ପାଇଁ ସମସ୍ତେ ଏକ ହୋଇ ସଂକଳ୍ପ ନେବାକୁ ଆହ୍ଵାନ୍‌ ଦେଲେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ସତ୍ୟବାଦୀ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ‘ବିଭିନ୍ନତା ମଧ୍ୟରେ ଏକତା ଭାରତୀୟ ଅସ୍ମିତାର ପରିଚୟ। ଠିକ ସେହିଭଳି ଏକାଠି ହେବା ମଧ୍ୟ ଗଣତନ୍ତ୍ରର ମୂଳମନ୍ତ୍ର।’

ସେହିପରି ଭାରତରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ଦେଖାଦେଇଥିବା ଦେଶପ୍ରୀତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଏକାଠି ହୋଇ ଯଦି କିଛି ନିଷ୍ପତି ନିଆଯାଏ ତାକୁ କେହି ଅଟକାଇପାରିବେ ନାହିଁ । ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ସମସ୍ତେ ଏକ ହୋଇ ସଂକଳ୍ପ ନେବାକୁ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ଵାନ୍‌ ଦେଇଛନ୍ତି।

ସତ୍ୟବାଦୀ ମହୋତ୍ସବର ପ୍ରାରମ୍ଭରେ ପ୍ରଥମେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଅବସରରେ ସୁରେନ୍ଦ୍ର ସ୍ମୃତି ସଂସଦ ପକ୍ଷରୁ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ପଞ୍ଚଶଖା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଅନୁଷ୍ଠାନର ପତ୍ରିକା ‘ତମାଳ’ ଉନ୍ମୋଚିତ ହୋଇଥିଲା। ଏଥି ସହିତ ସତ୍ୟବାଦୀ ଅଞ୍ଚଳର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଂଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମହୋତ୍ସବ କମିଟିର ସଂପାଦକ ଜାନକୀ ବଲ୍ଲଭ ବରାଳ ଧନ୍ୟବାଦ ଦେଇଥିଲେ।

 

ସମ୍ବନ୍ଧିତ ଖବର