ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ: କଣ୍ଟ ପୂରିଲା, ସରିଲାନି କାମ

ପୁରୁଣା ସୂଚନା ଫଳକ ହଟିଲା, ନୂଆ ଲାଗିଲା, ଅଗଷ୍ଟ ୩୧ ଯାଏ ବଢ଼ିଲା ଅବଧି

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ଭବିଷ୍ୟତ କ’ଣ?

ସାକ୍ଷୀଗୋପାଳ : ଜୁନ୍‌ ୭ ତାରିଖରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦ୍‌ଘାଟନ କରାଯିବ ବୋଲି ତତ୍କାଳୀନ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ। ମାତ୍ର, ଆଜିସୁଦ୍ଧା ପ୍ରାୟ ୬୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାମ ନ ସରିବାରୁ ଆଜି ପୁରୁଣା ସୂଚନା ଫଳକଟିକୁ ହଟାଇ ଦିଆଯାଇଛି। ସମୟ ସୀମା ବୃଦ୍ଧି ସମ୍ପର୍କିତ ଏକ ନୂତନ ସୂଚନା ଫଳକ ସେଠାରେ ଲଗାଯାଇଛି।

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ୩୦ ଲକ୍ଷ ୩o ହଜାର ୩ ଶହ ୩ ଟଙ୍କାର ବ୍ୟୟବରାଦ କରିଥିଲେ। ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବାପାଇଁ ଓଡ଼ିଶା ବ୍ରିଜ୍ ଆଣ୍ଡ କନ୍‌ଷ୍ଟ୍ରକ୍ସନ କର୍ପୋରେସନ(ଓବିସିସି)କୁ ଦାୟିତ୍ବ ଦେଇଥିଲେ। ଓବିସିସି ଅଧୀନରେ ଭୁବନେଶ୍ୱରର ଏକ କମ୍ପାନି ଏହାର ନିର୍ମାଣ କାର୍ଯ୍ୟ କରୁଛି। ୨୦୨୧ ଡିସେମ୍ବର ୮ରୁ ଏହାର କାମ ଆରମ୍ଭ ହୋଇଥିଲା। ମାତ୍ର, ନିର୍ଦ୍ଧାରିତ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ। ଫଳରେ, ନୂତନ ସମୟ ସୀମା ନିର୍ଦ୍ଧାରଣ ହୋଇଛି। ଏହାକୁ ସ୍ପଷ୍ଟଭାବେ ଜନସାଧାରଣଙ୍କ ଅବଗତି ନିମନ୍ତେି ପୁରୁଣା ସୂଚନାଫଳକ ହଟେଇ ଦେଇ ଏକ ନୂଆ ଫଳକ ଲଗେଇଛନ୍ତି। ଯେଉଁଥିରେ ପ୍ରକଳ୍ପର ସମାପ୍ତି ଅବଧି ୩୧-୦୮-୨୦୨୩ ଉଲ୍ଲେଖ ରହିଥିବା ବେଳେ ଓବିସିସିର ଭାରପ୍ରାପ୍ତ ଯନ୍ତ୍ରୀ ଇଂ. ଗିରିଜା ଶଙ୍କର ନାୟକ ଓ ଆଚାର୍ଯ୍ୟ ବ୍ରଦର୍ସ କନଷ୍ଟ୍ରକ୍ସନ ପ୍ରା ଲିମିଟେଡ୍‌ର ଇଂ ଅଭିଷେକ ତ୍ରିପାଠୀଙ୍କ ନାମ ଉଲ୍ଲେଖ ରହିଛି।
ଅନ୍ୟପଟେ ଆଡମିନିଷ୍ଟ୍ରେସନ୍‌ ବ୍ଲକ୍‌, ଛାତ୍ରାବାସ, ସ୍କଲାର୍‌ ହଷ୍ଟେଲ, ସ୍କୁଲ ଅଫ୍ ଲର୍ଣ୍ଣିଂ, ଲାଇବ୍ରେରି ଆଦି ବିଲ୍ଡିଂର ଛାତ ପଡ଼ି ପ୍ଲାଷ୍ଟର୍‌ ଓ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟ ଚାରିପଟ ପାଚେରି ନିର୍ମାଣ ହେଉଥିବା ବେଳେ ରଙ୍ଗ କାମ, ଜଳଯୋଗାଣ, ବିଦ୍ୟୁତ ସଂଯୋଗ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe