ଓମ୍‌ପ୍ରକାଶଙ୍କ ଏନ୍‌ବିଡବ୍ଲ୍ୟୁ ଶୁଣାଣି ଘୁଞ୍ଚିଲା

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ୭୮ ନଂବର ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ବିଜେପି ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ପାଇଁ ହୋଇଥିବା ଆବେଦନକୁ କୋର୍ଟ ଆସନ୍ତା ୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ପ୍ରକାଶଥାଉକି, ଓମ୍‌ପ୍ରକାଶଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିଫଳ ହେବା ପରେ ତାଙ୍କ ଏନ୍‌ବିଡବ୍ଲ୍ୟୁ ଜାରି କରିବା ଲାଗି ପୁଲିସ ଗତ ଶୁକ୍ରବାର ଦିନ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲା। ଏହା ଉପରେ ମେ ୧ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। କୋର୍ଟଙ୍କ ଅନୁମତି ପରେ ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର