କଟକ : ବିଡ଼ାନାସୀସ୍ଥିତ ଶୋଭନୀୟ ଶିକ୍ଷାଶ୍ରମର ପୂର୍ବତନ ନିର୍ଦ୍ଦେଶିକା ତଥା ଶୋଭନୀୟ ଆନ୍ଦୋଳନର ଅନ୍ୟତମ ସାଧିକା ସତ୍ୟଭାମା ଦେବୀ (୬୮)ଙ୍କର ଶନିବାର ସଂଧ୍ୟାରେ ପରଲୋକ ଘଟିଛି। ସେ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ପ୍ରତିଷ୍ଠାତା ପୂଜ୍ୟ କୁମାର ଭାଇଙ୍କ ଦ୍ବାରା ପ୍ରଭାବିତ ହୋଇ ଘର, ପରିବାର ଛାଡ଼ି ଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଯୋଗ ଦେଇଥିଲେ। ପରେ କଟକ ଆସି ବିଡ଼ାନାସୀ ଶୋଭନୀୟ ଶିକ୍ଷାଶ୍ରମର ଦାୟିତ୍ବ ଗ୍ରହଣ କରିଥିଲେ। କୁମାର ଭାଇଙ୍କ ପରେ ସତ୍ୟଭାମା ଦେବୀ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ।
ଅସୁସ୍ଥତା ପାଇଁ ସେ ଦୁଇ ବର୍ଷ ହେବ ଶଯ୍ୟାଶାୟୀ ଥିଲେ। ଅନ୍ତିମ ଶଯ୍ୟା ନିକଟରେ ଆଶ୍ରମର ସଂପାଦିକା ଡକ୍ଟର ଅରୁନ୍ଧତୀ ଦେବୀଙ୍କ ସମେତ ଅନ୍ୟ ଅନ୍ତେବାସୀମାନେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଜଷ୍ଟିସ୍ ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଡକ୍ଟର ସତ୍ୟ ରାୟ, ଶିଳ୍ପୀ ଅଶୋକ, ଦୀପକ କୁମାର ମାଲବ୍ୟ, ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ଆସନ୍ତାକାଲି ତାଙ୍କ ମରଶରୀରକୁ ଉଦୟଗିରିସ୍ଥିତ ଆଶ୍ରମକୁ ନିଆଯିବ। ପୁଣି ସେଠାରୁ ବିଡାନାସୀ ଆଶ୍ରମକୁ ଆଣି ଶେଷକୃତ୍ୟ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/satyabhama-devi.jpg)