ସତ୍ୟବ୍ରତ ରାଉତଙ୍କୁ ଥିଏଟରରେ ଡି-ଲିଟ୍‌

ଭୁବନେଶ୍ବର : ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ଥିଏଟର୍ସ ଆର୍ଟ‌୍ସ ବିଭାଗର ପ୍ରଫେସର ସତ୍ୟବ୍ରତ ରାଉତଙ୍କୁ ଡି-ଲିଟ୍‌ ଉପାଧି ପ୍ରଦାନ କରାଯାଇଛି। ଖୈରାଗଡ଼ର ଇନ୍ଦିରା କଳା ସଂଗୀତ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଦି ଡାଏଲେକ୍ଟିକ୍ସ ଅଫ୍‌ ଡିରେକ୍ସନ୍‌ ଥିଓରି ଇନ୍‌ ଇଣ୍ଡିଆ: ଏ କ୍ରିଟିକାଲ୍‌ ଷ୍ଟଡି’ରେ ଗବେଷଣା ପାଇଁ ପ୍ରଥମ ଓଡ଼ିଆ ଭାବେ ଥିଏଟରରେ ସେ ଏହି ସମ୍ମାନ ଲାଭ କରିଛନ୍ତି। ପ୍ରଫେସର ସତ୍ୟବ୍ରତ ରାଉତ ସାମୂହିକ ଥିଏଟରର ତୁଳନାତ୍ମକ ଅଧ୍ୟୟନ ଦ୍ବାରା ବିଭିନ୍ନ ପ୍ରକାରର ରଙ୍ଗମଞ୍ଚ ପ୍ରଥା ବାବଦରେ ଗବେଷଣା କରିଛନ୍ତି। ଏଥିପାଇଁ ତାଙ୍କୁ ୬ ବର୍ଷ ସମୟ ଲାଗିଛି। ପ୍ରଫେସର ରାଉତ କହିଛନ୍ତି ଶୈକ୍ଷିକ ଅନୁସନ୍ଧାନ କାର୍ଯ୍ୟକ୍ରମ ମାଧ୍ୟମରେ ସେ ସର୍ବୋଚ୍ଚ ଶୈକ୍ଷଣିକ ଉପାଧି ହାସଲ କରିଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ସେ ପୂର୍ବତନ ଛାତ୍ର। ନାଟ୍ୟ ନିର୍ଦେଶନା ପାଇଁ ସେ ସଂଗୀତ ନାଟକ ଏକାଡେମି ପୁରସ୍କାର ସହ ଅନ୍ୟ ପ୍ରତିଷ୍ଠାନ ପକ୍ଷରୁ ମଧ୍ୟ ଅନେକ ପୁରସ୍କାର ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର