ଭଦ୍ରକ: ଭଦ୍ରକ ଏସପି ଅଫିସ୍ ଆଗରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି।
ଧାମନଗର ଉପନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ , ଭୟଯୁକ୍ତ କରିବା ଦାବି ଦେଇ ଆଜି ବିଜେପି ପକ୍ଷରୁ ଏହି ସତ୍ୟାଗ୍ରହ କରାଯାଇଥିଲା। ଶାସକ ଦଳର ଗୁଣ୍ଡାରାଜ, ଟଙ୍କା ପ୍ରଲୋଭନ, ପ୍ରଶାସନିକ ପକ୍ଷପାତିତା ବିରୋଧରେ ବିଜେପିର ରାଜ୍ୟ ସଭାପତି ଶ୍ରୀ ମହାନ୍ତି ନେତୃତ୍ବରେ କରାଯାଇଥିବା ଏହି ସତ୍ୟାଗ୍ରହରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୂରଲୀ ମନୋହର ଶର୍ମା, ସାଧାରଣ ସମ୍ପାଦକ ଅଭିମନ୍ୟୁ ସେଠୀ, ମନସ୍ମିତା ଖୁଣ୍ଟିଆ, ଠାକୁର ରଂଜିତ ଦାସ, ପଞ୍ଚାନନ ରାଉତ, ପଞ୍ଚାନନ ନାୟକ, ଗୋଲକ ମହାପାତ୍ର, କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ହେମନ୍ତ ପାଢୀ, ତୁଷାର ଜେନା, ରଘୁନାଥ ସାହୁ, ଅକ୍ଷୟ ସାହୁ, ଶଙ୍କର୍ଷଣ ଜେନା, ଦୁର୍ଗା ଦାସ ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇଥିଲେ।