ଆନନ୍ଦପୁର: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ବାନକ୍ରମେ ସ୍ଥାନୀୟ ଶାଳପଡ଼ା କନକମଞ୍ଜରୀ ମହିଳା ମହାବିଦ୍ୟାଳୟର କର୍ମଚାରୀମାନେ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି। ୨୦୦୮ ପରେ କଲେଜ ପରିଚାଳନା ପରିଷଦ ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନେ କଲେଜ ଫାଟକ ସମ୍ମୁଖରେ ଅନୁଦାନ ଦାବିରେ ଧାରଣା ଦେଇଛନ୍ତି। ଏହି କର୍ମଚାରୀମାନେ ଦୀର୍ଘବର୍ଷ ହେଲା ସ୍ବଳ୍ପ ଦରମାରେ କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଅବହେଳାରୁ ଅନୁଦାନ ପାଇବାରୁ ବଞ୍ଚିତ ହୋଇଛନ୍ତି।
ଫଳରେ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ଜଟିଳ ହେଉଛି। ସଂଘ ପକ୍ଷରୁ ଭୁବନେଶ୍ବର ଲୋୟର ପିଏମ୍ଜିରେ ୯୯ଦିନ ହେଲା ଅହୋରାତ୍ର ଧାରଣା ଦିଆଯାଇଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଦ୍ୟାବଧି କୌଣସି ଆରଲୋଚନା କରାଯାଇ ନାହିଁ। ଏହାକୁ ନେଇ କର୍ମଚାରୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶାଳପଡ଼ାରେ ଚାଲିଥିବା ଧାରଣାରେ ମଦନମୋହନ ସ୍ବାଇଁ, ଆକାଂକ୍ଷା ନାୟକ, ସ୍ବୟଂସ୍ନିଗ୍ଧା ଶୀତଲ ଜେନା, ବର୍ଷାରାଣୀ ପଲେଇ, କାଜଲ ମହାନ୍ତି, ମନୀଷା ବଳ, ସାବିତ୍ରୀ ଦାସ, ପ୍ରତିଜ୍ଞା ଦାସ, ଶିଶିର ଓଝା, ପଲ୍ଲବୀ ରାଉତ, ନିଲୁ ସାହୁ, ପ୍ରସନ୍ନ ସାହୁ, ମନୋରମା ମିଶ୍ର, ପୁଷ୍ପଲତା ସାହୁ, ସସ୍ମିତା ବାରିକ ପ୍ରମୁଖ ସାମିଲ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/17-22.jpg)