‘ଇତିହାସ ସମୃଦ୍ଧ ନହେଲେ ଜାତି ଅସ୍ମିତା ହରାଇବ’

ସତ୍ୟାଗ୍ରହୀ ଲକ୍ଷ୍ମଣ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ

କଟକ : ସ˚ଗ୍ରାମୀ ଲକ୍ଷ୍ମଣ ପଟ୍ଟନାୟକ ଥିଲେ ପ୍ରଚଣ୍ତ ସତ୍ୟାଗ୍ରାହୀ। ଅନ୍ୟାୟ ବିରୋଧରେ ସ୍ବର ଉଠାଇ ଏକ ଜାତୀୟ ଚେତନା ସୃଷ୍ଟି କରିଥିଲେ। ଆମ ଉତ୍ତରପିଢ଼ି ତାଙ୍କ ବିଷୟରେ ଜାଣିବାର ଆବଶ୍ୟକତା ଅଛି ବୋଲି ‘ସମ୍ବାଦ’ର ସ˚ପାଦକ ତଥା ରାଜ୍ୟସଭା ସା˚ସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ବିଶିିଷ୍ଟ ସ୍ବାଧୀନତା ସ˚ଗ୍ରାମୀ ତଥା ସାମ୍ୟବାଦୀ ନେତା ଲକ୍ଷ୍ମଣ ପଟ୍ଟନାୟକଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଆ ଜାତିର ଇତିହାସ ଠିକ୍‌ ଭାବେ ଲେଖାଯାଇନାହିଁ। ଏଥିପାଇଁ ଆମ ଉତ୍ତରପିଢ଼ି ଏଥିରୁ ପ୍ରେରଣା ପାଉନାହାନ୍ତି।

ଇତିହାସ ଠିକ୍‌ ନଥିଲେ ଭବିଷ୍ୟତରେ ଜାତି ଅସ୍ମିତା ହରାଇବ ବୋଲି ଶ୍ରୀ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ସହ ଆଜିର ଯୁବପିଢ଼ି ଲକ୍ଷ୍ମଣ ପଟ୍ଟନାୟକଙ୍କ ଜୀବନୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ବୈଷ୍ଣବ ଚରଣ ସାମଲ ଲକ୍ଷ୍ମଣ ପଟ୍ଟନାୟକଙ୍କୁ ଆଜୀବନ ବିପ୍ଳବୀ ରୂପେ ବର୍ଣ୍ଣନା କରିଥିଲେ। ବ୍ୟକ୍ତି ମରଣଶୀଳ, ଅଥଚ ବ୍ୟକ୍ତିର ବ୍ୟକ୍ତିତ୍ବ, ଆଦର୍ଶ ଚିର ଅମର ବୋଲି ପ୍ରଫେସର ସାମଲ ମତବ୍ୟକ୍ତ କରିଥିଲେ।

ଲକ୍ଷ୍ମଣ ପଟ୍ଟନାୟକ ସ୍ମୃତି ସ˚ସଦ ପକ୍ଷରୁ ଶତାବ୍ଦୀ ଭବନରେ ଆୟୋଜିତ ୧୫ତମ ଶ୍ରାଦ୍ଧ ବାର୍ଷିକୀରେ ସ˚ସଦର ସଭାପତି ରମାକାନ୍ତ ମହାପାତ୍ର ଅଧୢକ୍ଷତା କରିଥିଲେ। ସ˚ସଦର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଅସୀମ ଅମିତାଭ ଦାଶ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ˚ସଦର ସାଧାରଣ ସ˚ପାଦକ ବିଦ୍ୟାଧର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ସମାରୋହରେ ସ˚ସଦ ପକ୍ଷରୁ ‘ସ୍ମରଣିକା’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଶିଷ୍ଟ ସ୍ବାଧୀନତା ସ˚ଗ୍ରାମୀ ତ୍ରିଲୋଚନ ସାହୁ, ପ୍ରଫେସର ଡାକ୍ତର ବିଜୟ କୁମାର ନନ୍ଦ, ସଫଳ ଜିମ୍ନାଷ୍ଟିକ୍‌ ଖେଳାଳି ସୟଦ୍‌ ଜବିଉଲ୍ଲା, କଣ୍ଠଶିଳ୍ପୀ ଇକ୍‌ବାଲ ଚାନ୍ଦ, ବରିଷ୍ଠ ଅଭିନେତ୍ରୀ ବନଜା ମହାନ୍ତି, ପର୍ବତାରୋହିଣୀ କଳ୍ପନା ଦାଶଙ୍କୁ ସ˚ସଦର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର