ଜେଲ୍‌ ବିଭାଗ ଡିଜି ସତ୍ୟଜିତ ମହାନ୍ତିଙ୍କୁ ଆଇନରେ ପିଏଚ୍‌ଡି ପ୍ରଦାନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ : ରାଜ୍ୟ ଜେଲ୍‌ ବିଭାଗ ଡିଜି ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଆଇନରେ ପିଏଚ୍‌ଡି ଡିଗ୍ରି ଲାଭ କରିଛନ୍ତି। ଜାତୀୟ ଆଇନ ବିଶ୍ବିଦ୍ୟାଳୟର ୬ଷ୍ଠ ସମାବର୍ତନ ଉତ୍ସବରେ ଶ୍ରୀ ମହାନ୍ତିଙ୍କୁ ଏହି ଡିଗ୍ରି ପ୍ରଦାନ କରାଯାଇଛି। ଶ୍ରୀ ମହାନ୍ତିଙ୍କ ଦ୍ବାରା ପ୍ରଦତ୍ତ ସନ୍ଦର୍ଭ ‘ଗିରଫଦାରୀରେ ଭାରତୀୟ ପୁଲିସର ନିରପେକ୍ଷତା ଏବଂ ଇଚ୍ଛାଧୀନତା: ଏକ ସାମାଜିକ ତଥା ଆଇନଗତ ଅନୁସନ୍ଧାନ’ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ଦ୍ବାରା ମୂଲ୍ୟାଙ୍କନ କରାଯାଇ ଯୋଗ୍ୟ ବିବେଚିତ ହେବା ପରେ ଶ୍ରୀ ମହାନ୍ତିଙ୍କୁ ଏହି ଡିଗ୍ରି ପ୍ରଦାନ କରାଯାଇଛି।

ବିଶ୍ବବିଦ୍ୟାଳୟର ଆମ୍ପିଥିଏଟରରେ ଆୟୋଜିତ ଉତ୍ସବରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଜୟ ମାଣିକରାଓ ଖାନୱିଲକର, ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ଶ୍ରୀକ୍ରିଷ୍ଣା ଦେବା ରାଓ, କୁଳସଚିବ ଡକ୍ଟର ଯୋଗେଶ ପ୍ରତାପ ସିଂହ ପ୍ରମୁଖଙ୍କ ଉପସ୍ଥିତିରେ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଜାଭେରି, ଶ୍ରୀ ମହାନ୍ତିଙ୍କୁ ଏହି ଡିଗ୍ରି ପ୍ରଦାନ କରିଥିଲେ।

୧୯୬୧ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତି ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର।

ସମ୍ବନ୍ଧିତ ଖବର