ସୌଭାଗ୍ୟ ମିଶ୍ର ପାଇବେ ‘ସାରଳା ସମ୍ମାନ’

କଟକ : ଖ୍ୟାତନାମା କବି ପ୍ରଫେସର ଡକ୍ଟର ସୌଭାଗ୍ୟ କୁମାର ମିଶ୍ର ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ୨୨ ତାରିଖ ସଂଧ୍ୟାରେ ସାରଳା ଭବନଠାରେ ସ‌ାରଳା ସାହିତ୍ୟ ସଂସଦ ପକ୍ଷରୁ ସଂସଦର ୩୭ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ପୁରସ୍କାର ଡକ୍ଟର ମିଶ୍ରଙ୍କୁ ପ୍ରଦାନ କରିବେ। ଏହି ପୁରସ୍କାର ସ୍ବରୂପ ଶ୍ରୀ ମିଶ୍ରଙ୍କୁ ୫୦ ହଜାର ଟଙ୍କା, ତାମ୍ରଫଳକ ଓ ଉ‌ପଢୌକନ ଦିଆଯିବ ବୋଲି ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂଜିନିୟର ପ୍ରଭାକର ସ୍ବାଇଁ ଓ ସଂପାଦକ ପ୍ରଫେସର ଡାକ୍ତର ନିରଂଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ, ପ୍ରଫେସର ମିଶ୍ର ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଗଙ୍ଗାଧର ମେହେର ଜାତୀୟ କବିତା ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଭଳି ବହୁ ମର୍ଯ୍ୟାଦାଜନକ ପୁରସ୍କାର ପାଇଛନ୍ତି।

ସମ୍ବନ୍ଧିତ ଖବର